Latest Odisha News

BREAKING NEWS

ପଞ୍ଜାବ ସିଏମଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ପ୍ରଶାନ୍ତ କିଶୋର ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଶାନ୍ତ କିଶୋର ଏହା ମଧ୍ୟ କହିଛନ୍ତି ଯେ ସେ ଭବିଷ୍ୟତର କାର୍ଯ୍ୟକଳାପ ବିଷୟରେ ନିଷ୍ପତ୍ତି ନେଇ ନାହାଁନ୍ତି। ଖୁବ୍‌ ଶୀଘ୍ର ସେ ଏବେ କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ରହିଛି।

ଏବେ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେବା ପରେ ସେ କଂଗ୍ରେସରେ ସାମିଲ୍ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ପ୍ରଶାନ୍ତ ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।
Leave A Reply

Your email address will not be published.