Latest Odisha News

BREAKING NEWS

କାରୋନା ସଚେତନତା ଗୀତ ‘ଟୀକା ତ ଆସିଲା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦେଶିଆ ଭାଷାରେ ୨ଟି ଓ ସମ୍ବଲପୁରୀ ଭାଷାରେ ୨ ଟି କରୋନା ସଚେତନତା ଗୀତ ‘ଟୀକା ତ ଆସିଲା’ ଲୋକାର୍ପିତ ହୋଇ ଯାଇଛି ।ଗୀତଗୁଡିକ ମୁଖ୍ୟତଃ କୋଭିଡର ଟୀକାକରଣ ଉପରେ ଆଧାରିତ ହୋଇଛି।

ଏହା ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ , ୟୁନିସେଫ ଓ ଲୋକ ସମ୍ପର୍କ ବିଭାଗର ମିଳିତ ଉଦ୍ୟମରେ କୋଭିଡ଼ ସଚେତନତା କାର୍ଯ୍ୟକ୍ରମରେ ଏକ ବିବରଣୀ କୋଭିଡ ଆୱାରନେସ ଫେଜ -୩ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସଞ୍ଜୟ ମିଶ୍ର ଓ ବାସୁଦେବ ମାଲ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଆଞ୍ଚଳିକ ଭାଷା ଦେଶିଆରେ ସଚେତନତା ଗୀତ କରିବା ଓ ସମ୍ବଲପୁରୀ ଭାଷାରେ ସଚେତନତା ଗୀତ କରିବା ପାଇଁ ସାଧାରଣରେ ଅନୁରୋଧ କରାଯାଇଥିଲା।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସାମାଜିକ ବାର୍ତ୍ତାର ଏକ ବୈଠକରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Leave A Reply

Your email address will not be published.