Latest Odisha News

ସେପ୍ଟମ୍ବର ୨୮ରେ ମଧ୍ୟ ରିଲିଜ ନ ହୋଇପାରେ ପ୍ରଭାସଙ୍କ ସାଲାର

ମୁମ୍ବାଇ: ବାହୂବଳୀ ପରି ସୁପରହିଟ ଫିଲ୍ମ ଦେବା ପରେ ପ୍ରଭାସଙ୍କ ୨ଟି ବିଗ ବଜେଟ ଫିଲ୍ମ ଫ୍ଲପ ହୋଇଯାଇଛି । ସେଥିପାଇଁ ତାଙ୍କର ଆଗାମୀ ଫିଲ୍ମ ସାଲାର ଉପରେ ସମସ୍ତଙ୍କ ନଜର ରହିଛି । ଏହା ସମ୍ପୂର୍ଣ୍ଣ ଭାବେ ଆକ୍ସନ ଫିଲ୍ମ । କେଜିଏଫ ଫେମ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଦ୍ୱାରା ଏହି ଫିଲ୍ମର ରିଲିଜ ତାରିଖ ବାରମ୍ବାର ଘୁଂଚିବାରେ ଲାଗିଛି । ଏବେ ଏହା ସେପ୍ଟମ୍ବର ୨୮ରେ ମଧ୍ୟ ରିଲିଜ ହୋଇ ପାରିବ ନାହିଁ ବୋଲି ବଲିଉଡ ହଙ୍ଗାମାରେ ଖବର ପ୍ରକାଶ ପାଇଛି । ମେକର୍ସ ଫିଲ୍ମର କ୍ଲାଇମାକ୍ସ ଦୃଶ୍ୟକୁ ଆଉ ଥରେ ଶୁଟିଂ କରିବାକୁ ଚାହୁଁଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଯଦି ଏହା ହୁଏ ତେବେ ଚଳିତ ବର୍ଷ ଫିଲ୍ମ ରିଲିଜ ହେବା ନେଇ ସନ୍ଦେହ ରହିଛି ।

ପୂର୍ବରୁ ଜୱାନ ଫିଲ୍ମ ସହିତ ମୁକାବିଲା ନ କରିବା ପାଇଁ ଏହାର ରିଲିଜ ତାରିଖ ଘୁଂଚା ଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା । ସାଲାର ୨ଟି ପାର୍ଟରେ ନିର୍ମିତ ହେବ । ପ୍ରଥମ ପାର୍ଟରେ ପ୍ରଭାସଙ୍କ ସହ ପୃଥ୍ୱୀରାଜ ସୁକୁମାର, ଶ୍ରୁତି ହାସନ ଓ ଜଗପତି ବାବୁ ରହିଛନ୍ତି ।

Comments are closed.