Latest Odisha News

ପ୍ରତାପଙ୍କ ଟାର୍ଗେଟ୍‌ରେ ରଣେନ୍ଦ୍ର

ବାଲେଶ୍ୱର: ବାଲେଶ୍ୱର ପ୍ରଚାର ମଇଦାନରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗି । ବାଲେଶ୍ୱର ଉପନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ବର୍ଷିଛନ୍ତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ମନ୍ତ୍ରୀଙ୍କ ମନ୍ତବ୍ୟ ଦାୟିତ୍ୱହୀନତାର ପରିଚୟ ଦେଉଛି।

ରାଜନୀତି କେତେ ନୀଚ ସ୍ତରକୁ ଯାଇସାରିଛି ବିଜେଡି ପ୍ରମାଣିତ କରିଛି। ଜଣଙ୍କ ମୃତ୍ୟୁରେ ବିଜେଡି କିଭଳି ଆନନ୍ଦିତ ହୁଏ ତାହା ଏଥିରୁ ସ୍ପଷ୍ଟ। ମନ୍ତ୍ରୀଙ୍କ ବୟାନ ବାଲେଶ୍ୱରର ସ୍ୱାଭିମାନ ପ୍ରତି କୁଠାରଘାତ। ବିଜେଡିକୁ ଉଚିତ୍ ଜବାବ ଦେବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ପ୍ରତାପ।

ସୂଚନାଯୋଗ୍ୟ, ତିନି ଦିନ ତଳେ ବାଲେଶ୍ୱରରେ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ, ବିଜେପିର ମଦନ ମୋହନ ଦତ୍ତଙ୍କ ମୃତ୍ୟୁ  ଏକ ସୁଯୋଗ ଆଣିଦେଇଛି ବୋଲି ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଛି ବିଜେପି । ତେବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି କୌଣସି ଉଦ୍ଦେଶ୍ୟମୂଳକ ଭାବେ କିମ୍ବା କାହାର ଭାବନାକୁ ଆଘାତ ଦେବା ପାଇଁ ଏଭଳି କହିନଥିଲେ ବୋଲି ଟ୍ୱିଟ୍  କରିଥିଲେ।

Leave A Reply

Your email address will not be published.