Latest Odisha News

୧୪ ଦିନ ଧରି ନିଖୋଜ, ହସ୍ପିଟାଲ ଶୌଚାଳୟରୁ ମିଳିଲା କରୋନା ରୋଗୀଙ୍କ ମୃତଦେହ !

ମୁମ୍ବାଇ: ଟିବି ରୋଗରେ ପୀଡିତ ହୋଇ ଜଣେ ୨୭ ବର୍ଷୀୟ ବ୍ୟକ୍ତି ମୁମ୍ବାଇର ସେୱରି ହସ୍ପିଟାଲଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ କୋଭିଡ୍ ଟେଷ୍ଟ ବି ପଜିଟିଭ ବାହାରିଥିଲା । ହେଲେ ହଠାତ୍ ବ୍ୟକ୍ତି ଜଣକ ହସ୍ପିିଟାଲରୁ ଗାୟବ ହୋଇଯାଇଥିଲେ । ଶେଷରେ ଦୀର୍ଘ ୧୪ଦିନ ପରେ ସେହି ହସ୍ପିିଟାଲର ଶୌଚାଳୟରୁ ମିଳିଛି ତାଙ୍କ ଗଳିତ ମୃତଦେହ ।

ହସ୍ପିଟାଲର ଶୌଚାଳୟ ଗୁଡିକ ନିୟମିତ ଭାବେ ବ୍ୟବହାର ହେଉଥିବାବେଳେ ୧୪ଦିନ ଧରି କିଭଳି ମୃତଦେହ କାହା ନଜରକୁ ଆସିନଥିଲା, ସେ ନେଇ ଉଠିଛି ଅସରନ୍ତି ପ୍ରଶ୍ନ । ଏହି ମାମଲାକୁ ବ୍ରିହାନମୁମ୍ବାଇ ମହାନଗରପାଳିକା ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲାବେଳେ ୪୦ଜଣ ହସ୍ପିଟାଲ କର୍ମଚାରୀଙ୍କୁ ନୋଟିସ୍ ଜାରି କରିଛି ।

ପ୍ରାଥମିକ ତଦନ୍ତରେ ମୃତଦେହର ପରିଚୟ ମିଳିନଥିଲା । ହେଲେ ହସ୍ପିିଟାଲ ରେକର୍ଡ ଯାଂଚ କରିବା ପରେ ଜଣେ ୨୭ବର୍ଷୀୟ ରୋଗୀ ନିଖୋଜ ଥିବା ଜଣାପଡିଥିଲା । ନିଖୋଜ ରୋଗୀଙ୍କ ପରିଚୟ ସୂର୍ଯ୍ୟଭାନ ଯାଦବ ଓ ସେ ଅକ୍ଟୋବର ୪’ରୁ ନିଖୋଜ ଥିଲେ ।

ଟିବି ରୋଗରେ ପୀଡିତ ଥିବା ଯାଦବ ସେପ୍ଟେମ୍ବର ୩୦’ରେ କରୋନା ପଜିଟିଭ ସହ ଭର୍ତ୍ତି ହୋଇଥିଲେ । ଅନ୍ୟ ୧୧ଜଣ କୋଭିଡ୍ ପଜିଟିଭ ରୋଗୀଙ୍କ ସହ ତାଙ୍କୁ ପ୍ରଥମ ମହଲାରେ ରଖାଯାଇଥିଲା । ତେବେ ଅନୁମାନ କରାଯାଉଛି ଅକ୍ଟୋବର ୪ରେ ଶୌଚ ହେବା ସମୟରେ ତାଙ୍କର ଅକସ୍ମାତ ମୃତ୍ୟୁ ଘଟିଥିଲା ।

ପୋଷ୍ଟମୋର୍ଟମ ରିପୋର୍ଟରେ ଯାଦବଙ୍କର ମୃତ୍ୟୁ ପ୍ରାକୃତିକ ବୋଲି ଜଣାପଡିଛି । ଅନ୍ୟପଟେ ପୋଲିସର ତଦନ୍ତ କହୁଛି ହସ୍ପିଟାଲରେ ସବୁ ସମୟରେ ଶୌଚାଳୟ ବ୍ୟବହାର ହୋଇଥାଏ । ଯାଦବଙ୍କ ମାମଲାରେ ସେ ଭିତରପଟୁ କବାଟ ଦେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଗଳିତ ମୃତଦେହରୁ ଦୁର୍ଗନ୍ଧ ଅତି ତୀବ୍ର ହେବା ପରେ ଜଣେ ହସ୍ପିଟାଲ କର୍ମଚାରୀ ଶୌଚ କ୍ୟାବିନରେ ଉଙ୍କିମାରି ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.