Latest Odisha News

BREAKING NEWS

ନାମ ବଦଳାଇଲେ ବଲିଉଡ ଅଭିନେତା ପ୍ରତୀକ ବାବର

ମୁମ୍ବାଇ: ରାଜ ବାବର ଓ ସ୍ମିତା ପାଟିଲଙ୍କ ପୁତ୍ର ପ୍ରତୀକ ବାବର ନିଜ ନାମରେ ବଡ ଧରଣର ପରିବର୍ତନ କରିଛନ୍ତି । ପ୍ରତୀକ ତାଙ୍କ ନାମରେ ମାଆଙ୍କ ନାମ ଯୋଡିଛନ୍ତି । ଏବେ ସେ ନିଜ ନାମ ପ୍ରତୀକ ପାଟିଲ ବାବର ରଖିଛନ୍ତି । ସେ କହିଛନ୍ତି ମୁଁ କିଛି ମାତ୍ରାରେ ଅନ୍ଧବିଶ୍ୱାସୀ ଓ ଭାବୁକ । ମାଆଙ୍କ କଥା ବାରମ୍ବାର ମନେ ପଡିବାରୁ ମୋ ନାମ ସହିତ ଏଥର ଯୋଡି ଦେଇଛି । ୩୭ ବର୍ଷ ହେବ ମାଆ ମୋଠାରୁ ଦୂରେଇ ଯାଇଥିଲେ ମଧ୍ୟ ଏବେ ସେ ସର୍ବଦା ମୋ ସହିତ ରହିବେ । ୨୦୦୮ରେ ତୁ ୟେ ଜାନେ ନା ଫିଲ୍ମ ମାଧ୍ୟମରେ ପ୍ରତୀକ ବଲିଉଡରେ ପାଦ ଥାପିଥିଲେ ।

ଶେଷ ଥର ପାଇଁ ତାଙ୍କୁ ମଧୂର ଭଣ୍ଡାରକରଙ୍କ ଇଣ୍ଡିଆ ଲକଡାଉନରେ ଦେଖିବାକୁ ମିଳିଥିଲା । କେତେକ ରିପୋର୍ଟ ଅନୁସାରେ ପ୍ରତୀକ ତାଙ୍କ ବାପା ରାଜ ବାବରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ତାଙ୍କ ପିଲ୍ମ କ୍ୟାରିୟରକୁ ସଜାଡିବାରେ ସେ ଗୁରୁତ୍ୱ ଦେଇ ନ ଥିବାରୁ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଛି । ମାଆଙ୍କ ନାମ ଯୋଡାହେବା ପରେ ଏଥର ମୋ କ୍ୟାରିୟର ଠିକ ବାଟରେ ଯିବ ବୋଲି ପ୍ରତୀକ କହିଛନ୍ତି ।

Comments are closed.