Latest Odisha News

BREAKING NEWS

ମାମୁଁଘରୁ ଆସିଛି ପ୍ରଥମାଷ୍ଟମୀ ଭାର; ପଢ଼ୁଆଁ ହେବେ ଶ୍ରୀଜୀଉ

ପୁରୀ: ଆଜି ପ୍ରଥମାଷ୍ଟମୀ। ପଢ଼ୁଆଁ ହେବେ ଶ୍ରୀଜୀଉ। ଓଡ଼ିଆଜି ଘର ପରମ୍ପରା ଅନୁଯାୟୀ ମାମୁଁଘର ନିଆଳି ମାଧବ ମନ୍ଦିରରୁ ଆସିଛି ପ୍ରଥମାଷ୍ଟମୀ ଭାର । ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର , ଅରୁଆ ଚାଉଳ , ବିରି , ନଡିଆ , ଗୁଡ , ପାଚିଲା କଦଳୀ ଆସିଛି ମାମୁଁଘରୁ ।

ବଡ଼ଭାଇ ତଥା ମହାପ୍ରଭୁ ବଳଭଦ୍ର ହେବେ ପୋଢୁଆଁ। କିମ୍ବଦନ୍ତୀ ଅନୁସାରେ ନିଆଳିର ମାଧବ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମାମୁ ଘର।  ବହୁପୁରାତନ କାଳରେ ପ୍ରଥମାଷ୍ଟମୀରେ ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରକୁ ଜଗା ବଳିଆ ପାଇଁ ପଢୁଆଁ ଭାର ଆସୁଥିଲା। ଯାହାକି କାଳକ୍ରମେ ବନ୍ଦ ହୋଇଯାଇଥିଲା। କିନ୍ତୁ ଏବେ ମାମୁ ଘର ନିଆଳିର ମାଧବାନନ୍ଦ ଟ୍ରଷ୍ଟ, ଯାଦବ ସଂଗଠନ ଓ ଭକ୍ତଗଣଙ୍କ ନିଷ୍ପତ୍ତି ଅନୁସାରେ ପୁନର୍ବାର ଏହି ପରମ୍ପରାକୁ ଉଜ୍ଜିବୀତ କରାଯାଇଛି ।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ବଢିବା ପରେ ସକାଳଧୂପ ଓ ପ୍ରଥମଭୋଗ ମଣ୍ଡପ ଶେଷ ହେବା ପରେ ଶ୍ରୀଜଗନ୍ନାଥଙ୍କ ବେଶ ଅନୁଷ୍ଠିତ ହେବ । ବେଶରେ ନୂଆ ଲୁଗା ଲାଗି ସହ ବିଭିନ୍ନ ଅଳଙ୍କାର ଲାଗି ଓ ସ୍ୱତନ୍ତ୍ର ବନ୍ଦାପନା ପରେ ମଧ୍ୟାନ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କୁ ପଢ଼ୁଆଁ କରାଯିବ ।

Comments are closed.