Latest Odisha News

BREAKING NEWS

ପ୍ରଭଞ୍ଜନ ହେଲେ ଓଡିଶା କ୍ରିକେଟ ଟିମ କୋଚ

କଟକ: ପୂର୍ବତନ ରଣଜୀ ଖେଳାଳି ପ୍ରଭଞ୍ଜନ ମଲ୍ଲିକଙ୍କୁ ଓଡିଶା କ୍ରିକେଟ ଟିମର କୋଚ ଭାବେ ନିଯୁକ୍ତ କରାଯାଇଛି । ଆଗାମୀ ୨୦୨୬ ବିସିସିଆଇ ଘରୋଇ ସିଜନରେ ସେ ଏହି ଦାୟିତ୍ୱ ତୁଲାଇବେ । ଗତ ସିଜନରେ ପ୍ରଭଞ୍ଜନ ଓଡିଶାର ୧୯ ବର୍ଷରୁ କମ ଟିମର କୋଚ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ । ତାଙ୍କ ପ୍ରଶିକ୍ଷଣରେ ଓଡିଶା ଭିନୁ ମଙ୍କଡ ଟ୍ରଫିର କ୍ୱାର୍ଟର ଫାଇନାଲରେ ମଧ୍ୟ ପ୍ରବେଶ କରିଥିଲା । ସେ ଓଡିଶା ପ୍ରୋ ଟି୨୦ ଲିଗରେ କଟକ ପାନ୍ଥର୍ସର କୋଚ ଦାୟିତ୍ୱ ତୁଲାଇଥିଲେ । ଏହା ବ୍ୟତୀତ ଓସିଏ କ୍ଲବ କ୍ରିକେଟ ଲିଗରେ ସେ ରାଇଜିଂ ଷ୍ଟୁଡେଂଟ କ୍ଲବର କୋଚ ରହିଥିଲେ । ତାଙ୍କ ଟିମ ଚାମ୍ପିୟନ ହୋଇଥିଲା ।

ଓଡିଶା ଓ ପୂର୍ବାଂଚଳ ପକ୍ଷରୁ ଖେଳି ସେ ତାଙ୍କ ଦକ୍ଷତା ପୂର୍ବରୁ ପ୍ରତିପାଦିତ କରି ସାରିଛନ୍ତି । ୧୯୯୬ ରୁ୨୦୦୮ ମଧ୍ୟରେ ସେ ୮୮ ପ୍ରଥମ ଶ୍ରେଣୀ ମ୍ୟାଚରେ ୫୮୧୮, ୫୬ ଲିଷ୍ଟ ଏ କ୍ରିକେଟରେ ୧୧୫୬ ରନ ସଂଗ୍ରହ କରିଛନ୍ତି । ଓଡିଶା କ୍ରିକେଟ ଆସୋସିଏଶନ ଶାନ୍ତନୁ ଘୋଷଙ୍କୁ ଟେକ୍ନିକାଲ ଡାଇରେକ୍ଟର ଭାବେ ନିଯୁକ୍ତ କରିଛି । ଘୋଷ ବିସିସିଆଇ ସେଂଟର ଅଫ ଏକ୍ସିଲେନ୍ସ ଏଲିଟ କ୍ୟାମ୍ପରେ ୧୯ ବର୍ଷରୁ କମ ବାଳକଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । କିଶୋର ମାଣିଆ, ଚିନ୍ମୟନନ୍ଦ ଜେନା ଓ ସୌମିତ୍ର ଚୌଧୂରୀଙ୍କୁ ନେଇ ଗଠିତ ସିଏସ ଉପରୋକ୍ତ ଦୁଇ ସିନିୟର କ୍ରିକେଟରଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଆଗାମୀ ସିଜନରେ ସେମାନଙ୍କ ପ୍ରଶିକ୍ଷଣରେ ଓଡିଶା ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.