Latest Odisha News

BREAKING NEWS

BJP core committee meeting: ନିତିନ ଦେଲେ ୩ ମାସିଆ ଟାସ୍କ…ଲୋକଙ୍କ ପାଖକୁ ଯାଇ ସୁସଂପର୍କ ବଢ଼ାଇବାକୁ ପରାମର୍ଶ

ଭୁବନେଶ୍ବର:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ଜୁଲାଇରେ ଆସି ଟାସ୍କର ସମୀକ୍ଷା କରିବେ। ନିତିନ ଦଳୀୟ ବିଧାୟକ, ସାଂସଦଙ୍କୁ ଲୋକଙ୍କ ପାଖକୁ ଯାଇ ସୁସଂପର୍କ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଢ ଘଣ୍ଟା ଧରି କୋର ଟିମ ସହ ବୈଠକ କରିଥିଲେ ନିତିନ ନବୀନ । ଦୁଇଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ବିଜେପି ଜାତୀୟ ସଭାପତି ନିତିନ ନବୀନ ।

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପରାମର୍ଶ ଅନୁସାରେ ମାସର ୧ ତାରିଖରୁ ୭ ତାରିଖ ଭିତରେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିମଣ୍ଡଳକୁ ଯିବେ ବିଧାୟକ ଏବଂ ସାଂସଦ। ଏହା ସହ ସୋସିଆଲ ମିଡିଆରେ ଆକ୍ଟିଭ ହେବାକୁ ମଧ୍ୟ ପରାମର୍ଶ ଦେବା ସହ, ୩ ମାସ ଭିତରେ ଟାସ୍କ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, ଜଟଣୀରେ ବିଜେପି ପ୍ରଶିକ୍ଷଣ ଶିବିରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କର୍ମୀଙ୍କୁ ୫ ଗୁରୁମନ୍ତ୍ର ଦେଇଛନ୍ତି । ଜେନ୍‌ ଜି’ଙ୍କ ମନରେ ନେଗେଟିଭିଟି ନ ରହୁ ବୋଲି କହିଛନ୍ତି ନିତିନ ନବୀନ । ରାଷ୍ଟ୍ର ପ୍ରତି ସମର୍ପିତ ହେବାକୁ ପ୍ରଶିକ୍ଷଣ ଶିବିରରେ ଦେଇଥିଲେ । ଦେଶ ଗଣତନ୍ତ୍ରରେ ଭାଗିଦାରୀ ନ ହୁଅନ୍ତୁ ଅନୁପ୍ରବେଶକାରୀ । ପ୍ରଧାନମନ୍ତ୍ରୀଙ୍କ ଭଳି ଦଳୀୟ ମତଭେବ ଛାଡ଼ି ବିକାଶ ଦିଗରେ କାମ କରନ୍ତୁ । ତଳସ୍ତରରୁ ସାଂଗଠନିକ ସ୍ଥିତି ସୁଦୃଢ କରିବାକୁ ଆହ୍ୱାନ ।

୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ରୋଡ ମ୍ୟାପ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ୫ଟି ପରାମର୍ଶ ଦେଇଛନ୍ତି’ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆମର ଲକ୍ଷ୍ୟ ପଞ୍ଚାୟତ ନିର୍ବାଚନ । ଏବେ ଯାହା କରିବୁ ତାହାର ପ୍ରଭାବ ପଞ୍ଚାୟତ ନିର୍ବାଚନ ଉପରେ ପଡିବ । ସରକାର ଏବେ ଦୁଇ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି । ଏହି ସମୟ ଭିତରେ ସରକାର ଦେଇଥିବା ପ୍ରତିଶ୍ରୁତି କେତେ କାର୍ଯ୍ୟରେ ପରିଣତ ହୋଇଛି, ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ କେତେ ପହଞ୍ଚି ପାରିଛି ସେ ନେଇ ବୈଠକରେ ଆଲୋଚନା ହେଇଥିଲା । ଏଥିସହିତ ଧାଡ଼ିର ଶେଷ ଲୋକଙ୍କ ପାଖେ କିଭଳି ଯୋଜନା ପହଞ୍ଚିବ ସେ ନେଇ ରୂପରେଖ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା

ଏନେଇ ଭୁବେନଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖି କିଭଳି ଓଡ଼ିଶା ଉନ୍ନତି ପାଇଁ କାମ କରାଯିବ ସେନେଇ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ। ସାଂସଦ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ପ୍ରତ୍ୟେକ ବିଧାନସଭାକୁ ଯାଇ ରହିବେ ଓ ସରକାରଙ୍କ ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇବେ। ଉଭୟ ସାଂସଦ ଓ ବିଧାୟକ ମିଳିତ ଭାବେ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଜନସାଧାରଣଙ୍କ ସହ ମିଶିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜିର କୋର କମିଟି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଯୋଗ ଦେଇଥିଲେ । ଏଥି ସହିତ ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବସନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସମ୍ବିତ ପାତ୍ର, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.