Latest Odisha News

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାତୃ ବିୟୋଗ

ଭୁବନେଶ୍ୱର: ବୁଧବାର ରାତି ୯:୩୦ ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାତା ଲୋଭାବତୀ ପରିଡା ୮୯ ବୟସରେ ଦେହତ୍ୟାଗ କରିଛନ୍ତି। ସେ ସ୍ବର୍ଗତ ଶ୍ରୀବନ୍ତ ପରିଡାଙ୍କର ଧର୍ମପତ୍ନୀ ଥିଲେ। ବୟସାଧିକ କାରଣରୁ କଟକର ଅଶ୍ୱିନୀ ହସ୍ପିଟାଲରେ ସେ ବହୁ ଦିନ ଧରି ଚିକିତ୍ସିତ ହେଇଆସୁଥିଲେ। ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ଗାଁରେ ଲୋଭାବତୀ ପରିଡ଼ାଙ୍କ ଦେହାନ୍ତ ହୋଇଛି।

ସେ ଜଣେ ଧର୍ମପରାୟଣ ମହିଳା ଥିଲେ। ତାଙ୍କ ପରଲୋକରେ ନିଆଳି ଓ ନିମାପଡା ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଲୋଭାବତୀଙ୍କ ତୃତୀୟ ଝିଅ । ତେବେ ମୃତ୍ୟୁର ଖବର ପାଇ ଉପମୁଖ୍ୟମନ୍ତ୍ରୀ ପରିଡା ଗାଁ ନିଭରଣ ପହଞ୍ଚିଛନ୍ତି। ମାଆଙ୍କ ଶେଷ ଦର୍ଶନ ଲାଗି ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେପଟେ ମୃତ୍ୟୁର ଖବର ଶୁଣି ପୁରା ପରିବାରରେ ଖେଳିଯାଇଛି ଶୋକର ଛାୟା। ଅନ୍ତିମ ଦର୍ଶନ ପାଇଁ ଗାଁ ଲୋକଙ୍କ ଭିଡ ଲାଗୁଥିବା ବେଳେ ଧୀରେ ଧୀରେ ପରିବାର ସମସ୍ତ ସଦସ୍ୟ ଘରେ ପହଞ୍ଚୁଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କ ମାଆଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ଏକ ଶୋକବାର୍ତ୍ତାରେ କହିଛନ୍ତି, “ଜୀବନରେ ମାଆଙ୍କ ସ୍ଥାନ ସର୍ବଦା ସ୍ୱତନ୍ତ୍ର ଓ ଅତୁଳନୀୟ। ମାଆଙ୍କ ସ୍ଥାନ କେହି କେବେ ନେଇପାରିବେ ନାହିଁ। ମୋର ବନ୍ଧୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ତାଙ୍କ ମାଆ ଲୋଭାବତୀଙ୍କୁ ହରାଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଏଭଳି ଦୁଃଖଦ ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମନା କରିବାକୁ ପ୍ରଭୁ ଜଗନ୍ନାଥ ତାଙ୍କୁ ଓ ତାଙ୍କ ପରିବାରକୁ ଅସୀମ ଶକ୍ତି ପ୍ରଦାନ କରନ୍ତୁ। ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

Leave A Reply

Your email address will not be published.