Latest Odisha News

BREAKING NEWS

ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର

ଭୁବନେଶ୍ୱର: ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର  ।  ବି. ଆର ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ଶୋ’ ‘ମହାଭାରତ’ ରେ ଭୀମ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପ୍ରବୀଣ କୁମାର ସୋବିତଙ୍କର ପରଲୋକ ହୋଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ ।

ମହାଭାରତରେ ଭୀମ ରୋଲ୍‌ ପାଇଁ ଘରେ ଘରେ ପରିଚିତ ଥିବା ପ୍ରବୀଣ ଅଭିନୟରେ ପାଦ ଦେବା ପୂର୍ବରୁ ଜଣେ ଆଗଧାଡ଼ିର ଆଟଲେଟ ମଧ୍ୟ ଥିଲେ । ପଞ୍ଜାବରେ ଜନ୍ମ ଗ୍ରହଣ କରିଥିବା ପରବୀନ ୧୯୬୦ରୁ ୭୦ ମଧ୍ୟରେ ସେ ଜଣେ ଆଗଧାଡ଼ିର ଆଟଲେଟ ଥିବା ବେଳେ ଏସିଆନ ଗେମ୍ସରେ ୪ଟି ମେଡାଲ ଜିତିଥିଲେ । ସେଥି ମଧ୍ୟରୁ ୨ଟି ସ୍ୱର୍ଣ୍ଣ , ଗୋଟିଏ ବ୍ରୋଞ୍ଜ ଓ ଅନ୍ୟ ଏକ ସିଲିଭର ମେଡାଲ ଥିଲା।

ଅର୍ଜୁନ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା । ଜଣେ ଆଗଧାଡ଼ିର ଖେଳାଳି ହୋଇଥିବାରୁ  ଡେପୁଟି କମାଣ୍ଡାଣ୍ଟ ପଦରେ ନିଯୁକ୍ତି ପାଇଥିଲେ ପ୍ରବୀଣ ।

ବି. ଆର ଚୋପ୍ରା ନିଜ ‘ମହାଭାରତ’ ସିରିଏଲର ଭୀମ ଚରିତ୍ର ନିମନ୍ତେ ଜଣେ ଡେଙ୍ଗା ତଥା ବଳିଷ୍ଠ କଳାକାର ଖୋଜୁଥିଲେ। ଏହା ଜାଣି ୧୯୮୬ ମସିହାରେ ପରବୀନ ବିଆର ଚୋପ୍ରାଙ୍କୁ ଦେଖା କରିବା ପରେ ଭୀମ ରୋଲ୍‌ ପାଇଁ ସେ ହିଁ ଫାଇନାଲ ହୋଇଗଲେ ।

Comments are closed.