Latest Odisha News

BREAKING NEWS

ମୋ ପାଇଁ ପ୍ରାର୍ଥନା କରନ୍ତୁ: ସଞ୍ଜୟ ଦତ୍ତ

ମୁମ୍ବାଇ: ନିକଟରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ମଙ୍ଗଳବାର ସନ୍ଧ୍ୟାରେ ଚିକିତ୍ସା ପାଇଁ ମୁମ୍ବାଇର କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଜାତୀୟ ନ୍ୟୁଜ ଏଜେନ୍ସି ANI ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଡାକ୍ତରଖାନା ଯିବାବେଳେ ସଞ୍ଜୟ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିଜ ଶୁଭେଚ୍ଛୁମାନଙ୍କୁ କହିଛନ୍ତି।

ସଞ୍ଜୟଙ୍କ ପତ୍ନୀ ମାନ୍ୟତା ଦତ୍ତ ଏବଂ ଭଉଣୀ ପ୍ରିୟା ଏବଂ ନମ୍ରତାଙ୍କ ସହ ଥିଲେ। କିଛି ଦିନ ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯଦିଓ ସେ କରୋନା ନେଗେଟିଭ ଚିହ୍ନଟ ହୋଇଛନ୍ତି ।

ଅସୁସ୍ଥ ହେବା ପରେ ସେ ନିଜ କାମରୁ ବିରତି ନେଉଥିବାର ଘୋଷଣା କରିଥିଲେ । ସଞ୍ଜୟ ଲେଖିଥିଲେ “ନମସ୍କାର ବନ୍ଧୁଗଣ, ମୁଁ ଚିକିତ୍ସା ପାଇଁ କିଛିଦିନ କାମରୁ ବିରତି ନେଉଛି । ମୋ ପରିବାର ଏବଂ ବନ୍ଧୁମାନେ ମୋ ସହିତ ଅଛନ୍ତି ଏବଂ ମୁଁ ମୋର ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛି ଯେ ଚିନ୍ତା କରନ୍ତୁ ନାହିଁ କିମ୍ବା ଅନାବଶ୍ୟକ କଳ୍ପନା କରନ୍ତୁ ନାହିଁ । ଆପଣଙ୍କ ପ୍ରେମ ଏବଂ ଶୁଭେଚ୍ଛା ସହିତ ମୁଁ ଶୀଘ୍ର ଫେରି ଆସିବି” ବୋଲି ସେ ଟ୍ୱିଟରରେ ଲେଖିଛନ୍ତି।

Comments are closed.