ନୂଆଦିଲ୍ଲୀ: ଏକ ଛୋଟିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର। ତାନଜାନିଆର ଏହି ବିମାନ ଭିକ୍ଟୋରିଆ ହ୍ରଦକୁ ଖସିପଡିଛି। ଦେଶର ପ୍ରଧାନମନ୍ତ୍ରୀ କାସିମ ମଜାଲିୱା କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା।
ଏହାପୂର୍ବରୁ ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଉପକୂଳବର୍ତ୍ତୀ ସହର ଡର ଏସ୍ ସଲାମରୁ ପ୍ରେଇସିସନ୍ ଏୟାର ଫ୍ଲାଇଟରେ ଥିବା ୨୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ଉଦ୍ଧାର ହୋଇଥିବା ବିମାନ ଯାତ୍ରୀଙ୍କ ମଧ୍ୟରୁ କେହି ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଦୁର୍ଘଟଣା ପରେ ସାମ୍ନାକୁ ଆସିଥିବା ଫଟୋ ଚିତ୍ର ଅନୁଯାୟୀ ବୁକୋବା ବିମାନବନ୍ଦର ଆଡକୁ ଯାଉଥିବା ଏହି ବିମାନଟି ଭିକ୍ଟୋରିଆ ହ୍ରଦରେ ବୁଡ଼ି ଯାଇଥିଲା। Precision Air ହେଉଛି ଏକ ତାଞ୍ଜାନିଆ ବିମାନ କମ୍ପାନୀ। ତେବେ କାଗେରା ପ୍ରଦେଶ ପୋଲିସ୍ କମାଣ୍ଡର ୱିଲିୟମ୍ ମୱମ୍ପାଗଲେ ସୂଚନା ଦେଇଛନ୍ତି ଯେ ଅନେକ ଲୋକଙ୍କୁ ବଞ୍ଚାଇବାରେ ସେମାନେ ସଫଳ ହୋଇଛନ୍ତି।
ସେ କହିଛନ୍ତି, ବିମାନଟି ପ୍ରାୟ ୩୨୮ ଫୁଟରେ ଉଡୁଥିଲା, ସେତେବେଳେ ଖରାପ ପାଣିପାଗର ସମ୍ମୁଖୀନ ହୋଇଥିଲା। ଏହି ସମୟରେ ବର୍ଷା ହେଉଥିଲା ଏବଂ ବିମାନଟି ହ୍ରଦ ଭିତରେ ପଶିଯାଇଥିଲା ବୋଲି ସେ କହିଛନ୍ତି।
Comments are closed.