ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
ସୁରେଖା ବଜାରକୁ ସଉଦା ଆଣିବା ପାଇଁ ବାହାରକୁ ଚାଲି ଯାଇଛି । କଣ କରିବ ଆସ୍ଥା କିଛି ଜାଣି ପାରୁନି ! ମୁଣ୍ଡକୁ କିଛି ଜୁଟୁନି ତାର ।ଯୋଉ କଥା ଏତେ ଦିନ ହେଲାଣି କହି ପାରିନି ନିମିଅପାଙ୍କୁ କେମିତି କହିବ ?
କଣ ସେ ଭାବିବେ ,କୋଉ କଥା ନାହିଁ ଯାହା ନିମିଅପା ଆଗ ଜାଣି ନାହାଁନ୍ତି କିନ୍ତୁ ଆଜି ! ଭାବିବେ ପର ଭାବି ମୋତେ ଆଉ । ଯାହା ବି ଭାବନ୍ତୁ ଆଜି ନିଶ୍ଚୟ ସେ ନିମିଅପାଙ୍କୁ ତା ମନର କଥା ଖୋଲି କହିବ ହିଁ କହିବ ଏଥିରେ ଭାବିବାର କିଛି ନାହିଁ । ମନଭରି ଗପିଚି ଆସ୍ଥା ନିମି ଅପାଙ୍କ ଆଗରେ ! ଏସବୁ କଥା ଶୁଣୁ ଶୁଣୁ ପାଦ ତଳୁ ମାଟି ଖସି ଯାଇଥିଲା , ମୁଣ୍ଡ ଉପରେ ସାରା ଆକାଶଟା ଯେମିତି ଛିଡି ପଡ଼ିଥିଲା ନିମିଅପାଙ୍କ ମୁଣ୍ଡ ଉପରେ । ତାପରେ ସାମାନ୍ୟ ବିରକ୍ତ ହୋଇ ଅଧିକାର ଜାହିର କରି କହିଲେ, “ଆଜି ଯାଏ ମୋତେ ନକହି ……ଆଜି ଯଦି ତୁ ମାନସିକ ଚାପା ରେ କିଛି କରି ବସିଥାନ୍ତୁ ।
କାଇଁ ତୋ ନିମିଅପା କଣ ମରି ଯାଇଥିଲା କି ଯେ ମୋତେ ଏତେ ବଡ଼ କଥାକୁ ଲୁଚେଇ ରଖିଲୁ !
ଆସ୍ଥା ପରି ଗୋଟେ ନିରୀହ ନିଷ୍ପାପ ପିଲା ଜୀବନରେ ଏପରି ଦୁଃଖ ! ଯିଏକି ଭଲ ପାଇବା ପାଇଁ ହେଉ କି କର୍ତ୍ତବ୍ୟ ପାଇଁ ହେଉ ନିଜ ଜୀବନକୁ ନିଚ୍ଛାବର କରିଚାଲିଛି ତା’ ଭାଗ୍ୟରେ ପୁଣି କଣ କହି ତାକୁ ବୁଝେଇବେ, କଣ କହି ବୋଧ ଦେବେ ନିମିଅପାଙ୍କ ମୁଣ୍ଡକୁ ହଠାତ୍ ସେମିତି କିଛିବି ଜୁଟୁ ନଥିଲା ।
ଠିକ ଏତିକି ବେଳକୁ କଲିଂ ବେଲ୍ ବାଜିଲା ।
ବୋଧ ହୁଏ ସୁରେଖା ! ଅନ୍ୟମନସ୍କ ଭାବରେ ଆସ୍ଥା ଫୋନ ରଖି ଡୋର୍ ଖୋଲିବାକୁ ଚାଲିଗଲା । ରିସିଭର୍ ଅନ ଅଛି ନିମିଅପାଙ୍କର ସ୍ୱର ଶୁଭାଯାଉଥିଲା ।