ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବେ ତାଲିବାନ କବଜାରେ । ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ୨୦ ବର୍ଷ ଏଠାରେ ରହିବା ସତ୍ୱେ ବିଶେଷ କିଛି ଫରକ ପଡି ନ ଥିଲା । ତେବେ ୨୦୧୩ ଏକ ପୁସ୍ତକ ପ୍ରକାଶିତ ପାଇଥିଲା, ଯେଉଁଥିରେ ଏହି ଘଟଣା ଘଟିବ ବୋଲି ଆଗୁଆ ଲେଖା ଯାଇଥିଲା । ଆମେରିକା ପତ୍ରକାର ଫେଡ୍ରିକ ମ୍ୟାକର୍ଥୀ ଫୋର୍ସିଥଙ୍କ ପୁସ୍ତକ ଦି କିଲ ଲିଷ୍ଟ ଏବେ ଚର୍ଚ୍ଚାରେ । ଏହି ପୁସ୍ତକର ୯ମ ଅଧ୍ୟାୟରେ ଆମେରିକା ସୈନ୍ୟ ପେଡି ପୁଟୁଳି ଧରି ଆଫଗାନିସ୍ତାନ ଛାଡିବେ ଏବଂ ତାଲିବାନ ପୁନର୍ବାର ଶାସନ କ୍ଷମତାକୁ ଫେରିବ ବୋଲି ଉଲ୍ଲେଖ ରହିଥିଲା ।
ପାକିସ୍ତାନ ଓ ତାଲିବାନ ମଧ୍ୟରେ ସୁସମ୍ପର୍କ ରହିବ । ଏହାର ମୁଖ୍ୟ କାରଣ ହେଲା ଯେ, ଆଇଏସଆଇ ଏହାର ସ୍ରଷ୍ଟା ହୋଇଥିବାରୁ ତାଲିବାନକୁ ସମସ୍ତ ପ୍ରକାର ସହଯୋଗ କରିବ । ଆଉ ମଧ୍ୟ ପାକିସ୍ତାନ ଦୁଇ ପଡୋଶୀଙ୍କ ଶତ୍ରୁତା ରଖିବା ପାଇଁ ଚାହିଁବ ନାହିଁ । ଭାରତ ତାର ଏକମାତ୍ର ଶତ୍ରୁ ରାଷ୍ଟ୍ର ଭାବେ ଯଥେଷ୍ଟ । ଫେଡ୍ରିକଙ୍କ ସମସ୍ତ ତଥ୍ୟ କାଳ୍ପିନକ ଥିଲା । ମାତ୍ର ଏହା ଏତେ ମାତ୍ରାରେ ଅକ୍ଷର ଅକ୍ଷର ସତ୍ୟ ହେବ ତାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର ବିଷୟ ।
Comments are closed.