Latest Odisha News

BREAKING NEWS

ପ୍ରୀତିଛନ୍ଦା ଧଳଙ୍କ ‘ଫେମିନିଜିମ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ’ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ୱର : ଯୁବ ସ୍ତମ୍ଭକାର ପ୍ରୀତିଛନ୍ଦା ଧଳଙ୍କର ଫିଚର୍ ସଙ୍କଳନ ‘ ଫେମିନିଜିମ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ’, ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।

ଏହି ଅବସରରେ ରାଜ୍ୟପାଳ ଲେଖିକା ଶ୍ରୀମତୀ ଧଳଙ୍କୁ ଅଧିକ ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲେ ଏବଂ ଲେଖିକା ଓଡ଼ିଶାର ମହିଳା ଓ ଶିଶୁମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରୁଥିବା ଜାଣି ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଥିଲେ।

ରାଜଭବନ ପରିସରରେ ନିରାଡ଼ମ୍ବର ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲେଖିକା ଶ୍ରୀମତୀ ଧଳଙ୍କ ସହିତ ତାଙ୍କ ସ୍ଵାମୀ ସିଦ୍ଧାର୍ଥ ଧଳ, ପୁଅ ଶିବମ ଧଳ, ଏବଂ ମାଆ ନମିତା ପଟ୍ଟନାୟକଙ୍କ ସହିତ ବିଶିଷ୍ଟ କବି ରକ୍ଷକ ନାୟକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଉନ୍ମୋଚିତ ହୋଇଥିବା ଏହି ପୁସ୍ତକରେ ମୋଟ୍ ଚାଳିଶଟି ଆଲେଖ୍ୟ ରହିଛି ‌। ଏହିସବୁ ଲେଖା ବିଭିନ୍ନ ସମୟରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଛି।

Comments are closed.