Latest Odisha News

BREAKING NEWS

ସୁଧୀର ଧଙ୍ଗଡ଼ାମାଝୀଙ୍କ ‘ଖଂଗାର୍‌’କୁ ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍ ପୁରସ୍କାର

ଭବାନୀପାଟଣା : ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ୍‌’ ଦ୍ୱାରା ପ୍ରକାଶିତ,  ଯୁବଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଗଳ୍ପ ସଂକଳନ ‘ଖଂଗାର୍‌’, ‘ଟାଇମ୍‌ପାସ୍ ବେଷ୍ଟ୍‌ସେଲର୍ ପୁରସ୍କାର ପାଇଁ ବିବେଚିତ ହୋଇଛି । ଆସନ୍ତା ୧୯ ତାରିଖ ଦିନ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁଥିବା ‘ଉତ୍‌ସାହିତ୍ୟ’ ସମାରୋହରେ ଶ୍ରୀ ଧଙ୍ଗଡ଼ାମାଝୀଙ୍କୁ ଏହି ପୁରସ୍କାର ଦିଆଯିବ ।

ସାରସ୍ୱତ ସାଧନା ପାଇଁ ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପ୍ରଦତ୍ତ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ, ଚେତାବନୀ ସାହିତ୍ୟ ସଂସଦ ପ୍ରଦତ୍ତ ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ ସମେତ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିବା ବେଳେ କେନ୍ଦ୍ର ସାହିତ୍ୟ ଅକାଦେମୀ ଆୟୋଜିତ ମୁଲାକାତ୍ ଏବଂ ୱାର୍ଲ୍ଡ ଏସୋସିଏସନ୍ ଫର୍ ଆର୍ଟ୍ ଏଣ୍ଡ୍ କଲ୍‌ଚର୍ ଆୟୋଜିତ ୩୯ତମ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେଇସାରିଛନ୍ତି ।

ସମ୍ପ୍ରତି ଶିକ୍ଷା ବିଭାଗରେ ସିଆର୍‌ସିସି ଭାବେ ଅବସ୍ଥାପିତ ସୁଧୀର ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସଂପାଦକ, ଗ୍ଲୋବାଲ୍ ଲାଇଫ୍‌ରେଚର୍ ଫାଉଣ୍ଡେସନ୍‌ର ଆବାହକ, କଳାହାଣ୍ଡି ଯୁବ ଲେଖକ ସମାବେଶର ସାଧାରଣ ସଂପାଦକ, ‘ସାହିତ୍ୟ କଥା’ର ସହ-ସଂପାଦକ ଭାବେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ସମ୍ବାଦପତ୍ର ‘ମସୀହା’ର ବାର୍ତ୍ତା ସଂପାଦକ ଓ ସାହିତ୍ୟ ପତ୍ରିକା ‘ମହୁରି’ର ସହ-ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.