Latest Odisha News

BREAKING NEWS

[ଭିଡିଓ] ରିକ୍ସା ଚାଳକଙ୍କ ଝିଅ ସାନିୟା କିପରି ସାଜିଲେ ୱାର୍ଲଡ କ୍ଲାସ୍ ରାପର୍ ?

ମୁମ୍ବାଇ: ପ୍ରତିଭା କେବେ ବି ରଙ୍ଗ, ଜାତି କି ଆଭିଜାତ୍ୟ ଦେଖେନାହିଁ । ଏ କଥା ପ୍ରମାଣିତ କରିଛନ୍ତି ମୁମ୍ବାଇ ଗୋଭଣ୍ଡିରେ ରହୁଥିବା ଜଣେ ରିକ୍ସା ଚାଳକଙ୍କ ଝିଅ ସାନିୟା ମିସ୍ତ୍ରୀ । ମାତ୍ର ୧୫ ବର୍ଷ ବୟସରେ ସେ ହିପହପ୍ ଦୁନିଆରେ ହାସଲ କରିଛନ୍ତି ସ୍ୱତନ୍ତ୍ର ପରିଚୟ ।

BjdElectrycity

ଯୁକ୍ତ ୨ରେ ପାଠ ପଢୁଥିବା ସାନିୟା ଗତ ତିନିବର୍ଷ ଧରି ୱାର୍ଲଡ୍ ହିପହପ୍ ପ୍ରତିଯୋଗୀତାର ଅଂଶ ଗ୍ରହଣ କରିଆସୁଛନ୍ତି । ଅଭାବୀ ପରିବାରେ ଜନ୍ମିଥିବା ସାନିୟା ଏବେ ବି ରାପିଂ ଜାରି ରଖିଛନ୍ତି । ବାପା ରିକ୍ସା ଚାଳକ ଓ ମାଆ ପର ଘରେ କାମ କରି ଯାହା ଆୟ କରନ୍ତି, ସେତିକିରେ ସାନିୟାଙ୍କ ଛୋଟ ପରିବାର ନିଜ ଗୁଜରାଣ ମେଣ୍ଟାଇଥାନ୍ତି । ଜାଣି ଚକିତ ହେବେ ଆର୍ଥିକ ଅନାଟନ ଦେଇ ଗତି କରୁଥିବା ସାନିୟାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ସ୍ମାର୍ଟଫୋନଟିଏ ନାହିଁ ।

ପ୍ରାଥମିକ ପର୍ଯ୍ୟାୟରେ ସାନିୟାଙ୍କୁ ସମସ୍ତେ ଧାରାୱି ଅଂଚଳର ରାପର୍ ବୋଲି ଭାବୁଥିଲେ । ହେଲେ ଇନଷ୍ଟାଗ୍ରାମ୍‌ରେ ସାନିୟାଙ୍କ ଭିଡିଓ ପୋଷ୍ଟ ହେବା ପରେ ଗୋଭଣ୍ଡି ଅଂଚଳ ଚର୍ଚ୍ଚାକୁ ଆସିଥିଲା । ନାନା ଘାତପ୍ରତିଘାତ ଦେଇ ଆଗେଇଥିବା ସାନିୟାଙ୍କ ବାପା ଓ ମାଆ ତାଙ୍କ ପ୍ରତିଭାର ମର୍ମକୁ ବୁଝିପାରିନାହାଁନ୍ତି । ତେବେ ସର୍ବସାଧାରଣରେ ସାନିୟାଙ୍କ ପ୍ରଦର୍ଶନକୁ ଦେଖିବା ପରେ ତାଙ୍କ ମାଆ ଖୁସୀରେ ଆତ୍ମହରା ହୋଇପଡିଥିଲେ ।

Leave A Reply

Your email address will not be published.