Latest Odisha News

BREAKING NEWS

ତପସ୍ୱିନୀ ମାମଲା ପରେ ଏବେ ଭୁବନେଶ୍ୱର ସୁଚିତ୍ରାଙ୍କ ମାମଲା ଚର୍ଚ୍ଚାରେ , ଶାଶୂ ଘର ବାରଣ୍ଡାରେ ଧାରଣାରେ ବୋହୂ

ଭୁବନେଶ୍ୱର : ବ୍ରହ୍ମପୁର ବହୁ ଚର୍ଚ୍ଚିତ ସପସ୍ୱିନୀ ସୁମିତ ବିବାଦ ମାମଲା ପରେ ।ଏବେ ଭୁବନେଶ୍ୱରରେ ସୁଚିତ୍ରା ସାହୁ ଧାରଣାରେ । ୬ ମାସର ବର୍ଭବତୀ ସୁଚିତ୍ରାଙ୍କୁ ଶାଶୁଘର ଲୋକେ ଘର ଭିତରକୁ ପ୍ରବେଶ କରିବା ଅନୁମତି ଦେଉନାହାନ୍ତି । ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି ।ଶାଶୂ ଘର ବାରଣ୍ଡରେ ଧାରଣାରେ ବୋହୂ ।

ବାଲେଶ୍ୱର ଚନ୍ଦନେଶ୍ୱର ଝିଅ ସୁଚିତ୍ରା ପାତ୍ର ୨୦୨୧ ମସିହା ମାର୍ଚ୍ଚ ମାସରେ ଡୁମୁଡୁମା ଫେଜ୍ ୨ରେ ମନୋରଞ୍ଜନ ପାତ୍ରଙ୍କୁ ବିବାହ କରିଥିଲେ । ବିବାହ କିଛି ଦିନ ପରେ ମନୋରଞ୍ଜନଙ୍କ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ଅଛି ବୋଲି ଜାଣିବାକୁ ପାଇଥିଲେ ଚୁଚିତ୍ରା ଏନେଇ କହିବାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିରୁଥିଲା । ଶେଷରେ ଶାଶୁ ,ନଣନ୍ଦ ଓ ସ୍ୱାମୀ ମିଶି ସୁଚିତ୍ରାଙ୍କୁ ମାଡ ମାରିଥିଲେ । ବାହାଘରର ୪ ମାସ ପରେ ସୁଚିତ୍ରାଙ୍କୁ ପଠାଇଦେଇଥିଲେ ପରିବାର ଲୋକ ।

ପରେ ଏକ ମାସ ବିତିଯିବା ପରେ ଶୁଚିତ୍ରାଙ୍କ ପରିବାର ଆଣି ତାଙ୍କୁ ଶାଶୁ ଘରେ ଛାଡିଥିଲେ ।ହେଲେ ଶାଶୁ ଘର ଲୋକ ଆଉ ଘରେ ପୁରାଇଦେଇନଥିଲେ । ପରେ ବହୁ କଷ୍ଟରେ ଚୁଚିତ୍ରାଙ୍କ ମାମୁ ଓ ମାଇଁ  କହିବାରୁ ଶାଶୁଘର ଲୋକ ଘରେ ପୁରାଇଥିଲେ । ପରେ ୧୫ ଦିନ ପରେ ଶୁଚିତ୍ରାଙ୍କ ଦେହ ଖରାପ ହେବାରୁ । ସେ ଘର ଲୋକଙ୍କୁ ଫୋନ କରିବି କହିବାରୁ ମୋବାଇଲ ଛଡାଇ ନେଇଥିଲେ ତାଙ୍କୁ ମାଡ ମାରିଥିଲେ ଶାଶୂଘର ଲୋକ ।

ଶୁଚିତ୍ରା ପୁନର୍ବାର ନିଜ ବାପ ଘରକୁ ପଳାଇଥିଲେ । ହେଲେ ପୁଣି ସୁଚିତ୍ରା ସୋମବାର ଦିନ ଶାଶୁ ଘରେ ଆସି ପହଁଞ୍ଚିବା ବେଳକୁ ଶାଶୁଘର ତାଲା ପଡିଥିଲା । ସେ ଶାଶୁଙ୍କ ସହ ଫୋନ ଯୋଗେ କଥା ହେବାରୁ ଶାଶୁ କହିଛନ୍ତି ତୁ ଯେମିତି ଆସିଛୁ ସେମିତ ପଳା ବୋଲି । କାଲିଠାରୁ ଶାଶୁ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ସୁଚିତ୍ରା ସାହୁ । ଏନେଇ ସୁଚିତ୍ରା ମହିଳା ଥାନାରେ ଅଭିଯୋଗ କରିବା ସହ ତାଙ୍କୁ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।

 

Leave A Reply

Your email address will not be published.