Latest Odisha News

BREAKING NEWS

ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ଘଟଣା : ମାଟି ତଳୁ ବିଡା ବିଡା ଟଙ୍କା ଜବତ, ୪ ଗିରଫ

ସମ୍ବଲପୁର : ସମ୍ବଲପୁରର ଏକ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ଘଟଣା ।ଏହି ଘଟଣାର ପର୍ଦ୍ଦାଫାସ ହୋଇଛି । ଦେବଗଡରୁ ମାଟି ତଳୁ ଉଦ୍ଧାର ହେଲା ଟଙ୍କା ଭର୍ତ୍ତି ବ୍ୟାଗ । ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଦୀଲେଶ୍ୱର ବେହେରା, ମାନସ ପ୍ରଧାନ , ଯୋଗେଶ୍ୱର ବେହେରା ଓ ଗୋବିନ୍ଦ ମଲ୍ଲୀକଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୩ ଜଣ ହୋଟେଲ କର୍ମଚାରୀ ବୋଲି ଜଣାପଡିଛି । ସିସିଟିଭି ଫୁଟେଜକୁ ଆଧାର କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ସମ୍ବଲପୁରର ଏକ ହୋଟେଲରେ ଦୀଲେଶ୍ୱର ବେହେରା କାମ କରୁଥିଲେ । ସେ ହୋଟେଲର ଅନ୍ୟ କିଛି କର୍ମଚାରୀଙ୍କ ସହ ମିଶି ଲୁଟ କରିବାର ପ୍ଲାନ କରିଥିଲେ । ଏହି ଟଙ୍କାକୁ ନେଇ ମାଟି ତଳେ ପୋତିଦେଇଥିଲେ ଅଭିଯୁକ୍ତ ମାନେ ।ଏହି ଘଟଣାର ଆଜି ପୋଲିସ ପର୍ଦ୍ଦାଫାସ କରିଛି । ମାଟି ତଳୁ ପୋଲିସ ୩୯ ଲକ୍ଷ ଟଙ୍କାରୁ ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି । ବାକି ଟଙ୍କା କୁଆଡେ ଗଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ । ଏହି ଜବତ ଟଙ୍କାକୁ ହୋଟେଲ ମାଲିକଙ୍କୁ ଫେରାଇ ଦେଇଛି ପୋଲିସ ।

 

 

Leave A Reply

Your email address will not be published.