ଚଣ୍ଡୀଗଡ: ଚଳିତ ଆଇପିଏଲରେ କିଙ୍ଗସ ଏକାଦଶ ପଞ୍ଜାବ ପ୍ଲେ ଅଫ ପ୍ରବେଶ ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ଏହାର ମାଲିକାଣୀ ପ୍ରୀତି ଜିଂଟା ରୋହିତ ଶର୍ମା ସମ୍ପର୍କୀତ ଏକ ଖବର ପ୍ରସାରଣ ନେଇ ରାଗି କି ନିଆଁବାଣ ହୋଇଛନ୍ତି । ଏହି ଖବରରେ ରୋହିତଙ୍କୁ ନିଜ ଟିମରେ ନେବା ପାଇଁ ପ୍ରୀତି ସବୁ କିଛି ବାଜିରେ ଲଗାଇଦେବାକୁ ଚାହୁଁଛନ୍ତି ବୋଲି ପ୍ରକାଶ ପାଇଥିଲା । ସେ ଏହି ଖବର ପ୍ରସାରିତ ହୋଇଥିବା ବିଭିନ୍ନ ୱେବସାଇଟର ସ୍କ୍ରିନ ଶଟ ନେଇ ଏହାକୁ ମିଥ୍ୟା ବୋଲି କହିଛନ୍ତି । ମୁଁ ରୋହିତ ଶର୍ମାଙ୍କୁ ସମ୍ମାନ କରେ ଓ ତାଙ୍କର ବଡ ପ୍ରଶଂସକ ମଧ୍ୟ । ମାତ୍ର ଏ ଭଳି କୌଣସି ସାକ୍ଷାତକାର ଦେଇ ନାହିଁ । ଆମ ଟିମର ସିନିୟର ଖେଳାଳି ଶିଖର ଧାୱନ ଏବେ ଆଘାତପ୍ରାପ୍ତ । ତାଙ୍କୁ ମଧ୍ୟ ମୁଁ ବହୁତ ସମ୍ମାନ କରେ ।
ଏ ଭଳି ଘଡସନ୍ଧି ମୂହର୍ତରେ ମିଥ୍ୟା ଖବର ପରିବେଷଣ କରିବା ଠିକ ନୁହେଁ । ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ, ଆମ ପାଖରେ ଏକ ଶକ୍ତିଶାଳୀ ଟିମ ରହିଛି । ଆମେ ଖେଳ ଉପରେ ଧ୍ୟାନ କେନ୍ଦ୍ରିତ କରିଛୁ । ସୂଚନାଯୋଗ୍ୟ, ପ୍ରୀତି ଏବେ ଲାହୋର ୧୯୪୭ ଫିଲ୍ମରେ ସନୀ ଦେଓଲଙ୍କ ସହ ଅଭିନୟ କରିବେ । ଏହାକୁ ରାଜକୁମାର ସନ୍ତୋଷୀ ନିର୍ଦ୍ଦେଶନା ଦେଉଛନ୍ତି ।
Comments are closed.