Latest Odisha News

BREAKING NEWS

ହ୍ରିତିକଙ୍କୁ ପ୍ରୀତି ଜିଣ୍ଟାଙ୍କ ୱେବ୍ ସିରିଜ୍ ଭେଟି !

ମୁମ୍ବାଇ: ହ୍ରିତିକଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଖୁବଶୀଘ୍ର ଗ୍ରୀକ୍ ଗଡ୍ ଓରଫ ହ୍ରିତିକ୍ ଡିଜିଟାଲ୍ ପ୍ଲାଟଫର୍ମରେ ପାଦ ଦେବାକୁ ଯାଉଛନ୍ତି । ତେବେ ଏଥିପାଇଁ ସେ ଭାରତ ନୁହେଁ ବରଂ ବିଦେଶରୁ ଅଫର୍ ପାଇଛନ୍ତି । ଶୁଣିବାକୁ ଅଜବ ଲାଗୁଥିଲେ ବି ବିଦେଶରୁ ଅଫର ପାଇ ହ୍ରିତିକ ୱେବ୍ ସିରିଜରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଲସ୍ ଏଂଜେଲିସରେ ସ୍ୱାମୀଙ୍କ ସହ ରହୁଥିବା ପ୍ରୀତି ଜିଣ୍ଟା ହ୍ରିତିକଙ୍କ ପାଇଁ ପ୍ରଯୋଜିକା ସାଜିଛନ୍ତି । ଡିଜ୍‌ନି ଓ ହଟ୍‌ଷ୍ଟାର୍ ବ୍ୟାନର ତଳେ ନିର୍ମାଣ କରିବେ ୱେବ୍ ସିରିଜ । ସନ୍ଦୀପ ମୋଦୀଙ୍କ ନିର୍ଦ୍ଦେଶନାରେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବେ ଅଭିନେତା ହ୍ରିତିକ ରୋଶନ୍ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଦ ନାଇଟ୍ ମ୍ୟାନେଜର ନୋଭେଲର ଇଣ୍ଡିଆନ ଭର୍ସନକୁ ପ୍ରୀତି ୱେବ୍ ସିରିଜ ମାଧ୍ୟମରେ ଦର୍ଶାଇବେ । ଏଥିରେ ଅଭିନୟ କରିବାକୁ ହ୍ରିତିକଙ୍କୁ ପ୍ରୀତି ଅଫର୍ କରିବା ମାତ୍ରେ ସେ ହଁ ଭରିଥିଲେ । ହ୍ରିତିକ୍ ୱେବ୍ ସିରିଜରେ ଡେବ୍ୟୁ କରିବା ଖବର ସାମ୍ନାକୁ ଆସିବା ମାତ୍ରେ ତାଙ୍କ ଫ୍ୟାନମାନେ ବେଶ ଏକ୍ସାଇଟେଡ୍ ଥିବା ଜଣାପଡିଛି ।

Leave A Reply

Your email address will not be published.