Latest Odisha News

BREAKING NEWS

ଫିଲ୍ମ ‘ତ୍ରିଭଙ୍ଗା’ର ଟ୍ରେଲର ରିଲିଜ୍‌

ନୂଆଦିଲ୍ଲୀ: କାଜୋଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ତ୍ରିଭଙ୍ଗା’ର ଟ୍ରେଲର ରିଲିଜ ହୋଇଛି। ଏହା ମାଧ୍ୟମରେ କାଜୋଲ୍‌ ପ୍ରଥମ ଥର ପାଇଁ ଡିଜିଟାଲ୍‌ ପ୍ଲାଟଫର୍ମରେ ପାଦ ଦେଇଛନ୍ତି। ଏହି ଫିଲ୍ମ ଜାନୁଆରୀ ୧୫ ରେ ନେଟଫ୍ଲିକ୍ସରେ ରିଲିଜ କରିବ। ଏହି ଚଳଚ୍ଚିତ୍ରଟି ତିନିପିଢି ମହିଳାଙ୍କ ଉପରେ ଆଧାରିତ। ଟ୍ରେଲରକୁ ଦର୍ଶକଙ୍କ ଭରପୁର ସମର୍ଥନ ମିଳୁଥିବା ମଧ୍ୟ ଦେଖିବାକୁ ମିଳିଛି। ଅକ୍ଷୟ କୁମାର ଏବଂ ଅଭିଷେକ ବଚ୍ଚନଙ୍କ ସମେତ ଅନେକ ସେଲିବ୍ରିଟି କାଜୋଲଙ୍କ ଡିଜିଟାଲ ଡେବ୍ୟୁକୁ ସମର୍ଥନ କରିଛନ୍ତି।

ସୋମବାର କାଜୋଲ ଫିଲ୍ମର ଟ୍ରେଲର ସେୟାର କରି ଲେଖିଛନ୍ତି- କୌଣସି ସମ୍ପୂର୍ଣ୍ଣତା ନାହିଁ। ୧୫ ଜାନୁଆରୀରେ ‘ତ୍ରିଭଙ୍ଗା’ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ଅଜୟ ଦେବଗନ୍ ଫିଲ୍ମସ୍ ନିର୍ମିତ ହୋଇଥିବାବେଳେ ରେଣୁକା ଶାହାଣେ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ରେନୁକା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭାବେ ପ୍ରଥମ ଇନିଂସ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.