ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ୬୦୧ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨କୁ ବୃଦ୍ଧି ପାଇଛି । ଏଥିସହ ଗୋଟିଏ ଦିନରେ ୧୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୮ରେ ପହଂଚିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ଦେଶରେ ଦେଖାଯାଇଥିବା ମୋଟ ସଂକ୍ରମଣ ସଂଖ୍ୟାର ୧୦୨୩ ଜଣ ତବଲିଗି ଜମାତ ସହ ସମ୍ପର୍କିତ ଥିବା ସେ କହିଛନ୍ତି । ୧୭ଟି ରାଜ୍ୟରୁ ଏହି ୧୦୨୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଦେଶରେ ମୋଟ ୨୯୦୨ ଜଣ ସଂକ୍ରମିତଙ୍କ ମଧ୍ୟରେ ପ୍ରାୟ ୯ ପ୍ରତିଶତଙ୍କ ବୟସ ୨୦ ବର୍ଷରୁ କମ୍ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
ଦେଶରେ କରୋନା ଟେଷ୍ଟିଂ ଏବେ ଦିନକୁ ୧୦ ହଜାର ରହିଛି । ଏହାକୁ ଆହୁରି ବଢ଼ାଇବାକୁ ସରକାର ଉଦ୍ୟମ ଚଳାଇଛନ୍ତି ବୋଲି ଲବ ଅଗ୍ରୱାଲ କହିଛନ୍ତି । ଅନ୍ୟପଟେ ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ସାରା ଦେଶରେ ମୋଟ ୨୨ ହଜାର ତାବଲିଗି ଜମାତ କର୍ମୀଙ୍କ ଚିହ୍ନଟ କରାଯାଇ ଏକାନ୍ତବାସରେ ରଖାଯାଇଛି ।
BREAKING NEWS
- Actress Pratyusha Banerjee Suicide case: ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ
- UPI ଛାଡି ନଗଦ ମୁହାଁ ଲୋକେ? ଚାର୍ଜ ଲାଗିବା ଖବର ପରେ ସର୍ଭେରେ ବଡ ଖୁଲାସା, କ୍ୟାସ୍-କାର୍ଡକୁ ଫେରିବେ ୭୬%!
- ଚୌଦ୍ୱାର ଜେଲ୍ର ପୂର୍ବତନ ଅଧୀକ୍ଷକଙ୍କ ଜାମିନ ଆବେଦନ ଖାରଜ
- ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ମନ୍ତ୍ରୀ
- US Death Row: ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡରୁ ବଂଚିଗଲେ କଏଦୀ, ଦଣ୍ଡାଦେଶ ସ୍ଥଗିତ
- ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ;୬ ଜଣ ମହିଳାଙ୍କୁ ବାନ୍ଧିଲା
- ଗଣେଶ ଭସାଣି ବେଳେ ଗଣ୍ଡଗୋଳ; ପଥରମାଡରେ ୬ ପୋଲିସ କର୍ମୀ ଆହତ
- UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର
- ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…

Comments are closed.