Latest Odisha News

BREAKING NEWS

କାଲି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ପ୍ରଶାସନର କଡ଼ା ନଜର

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ପାଞ୍ଚଟି ପର୍ଯ୍ୟାୟ ତିନିଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଉ ଆସନ୍ତାକାଲି ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଚତୁର୍ଥ ପର୍ଯ୍ୟାୟରେ ୨୭ ଜିଲ୍ଲାର ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ ଆସନରେ ପଡ଼ିବ ଭୋଟ । ସେହିପରି ୧୨୫୪ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଓ ୧୭ ହଜାର ୮୯ଟି ଓ୍ବାର୍ଡ ପାଇଁ ହେବ ମତଦାନ । ମୋଟ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରତି ବୁଥରେ ପହଞ୍ଚି ସାରିଛନ୍ତି ପୋଲିଂ କର୍ମଚାରୀ । ଏହାସହ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ପ୍ରତି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି । ଅନେକ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି । ସେହିପରି ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ମତଦାନ । ହାତରେ ଆଉ କମ ସମୟ ଥିବାରୁ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରାର୍ଥୀ । ଘରକୁ ଘର ବୁଲି ନିଜ ସମର୍ଥନରେ ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି ପ୍ରାର୍ଥୀ ।

Comments are closed, but trackbacks and pingbacks are open.