Latest Odisha News

୧୨ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ ଟିକା ପରୀକ୍ଷଣ ଲାଗି ଫାଇଜର ପ୍ରସ୍ତୁତ

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କ ଲାଗି ଫାଇଜର କମ୍ପାନି ନିର୍ମାତା ଟିକାର କ୍ଲିନିକାଲ୍‌ ପରୀକ୍ଷଣ ଆରମ୍ଭ କରିବାକୁ ପ୍ରସ୍ତୁତ। ଏ ନେଇ ମଙ୍ଗଳବାର ଦିନ ଆମେରିକା ଟିକା ନିର୍ମାତା କମ୍ପାନୀ ଫାଇଜର ସୂଚନା ଦେଇଛି।

ଫାଇଜର କହିଛି ଯେ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ କମ୍ ଡୋଜ୍ ସଟ୍‌ ଚୟନ କରାଯିବା ପରେ ୧୨ ବର୍ଷରୁ କମ୍ ବୟସର ପିଲାମାନଙ୍କ ଉପରେ କରୋନା ଟିକା ପରୀକ୍ଷା ଆରମ୍ଭ କରାଯିବ।

କିଛି ଦେଶର ୯୦ ଟି ସ୍ଥାନରେ ୪୫୦୦ ପିଲାଙ୍କୁ ନେଇ ଏହି ପରୀକ୍ଷା କରାଯିବ। ଏହି ପିଲାମାନେ ଆମେରିକା, ଫିନଲ୍ୟାଣ୍ଡ, ପୋଲାଣ୍ଡ ଏବଂ ସ୍ପେନରୁ ଆସିବେ।

Comments are closed.