Latest Odisha News

BREAKING NEWS

ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ।

BjdElectrycity

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ବାଚନ ଜିତିବା ପରେ ଜୋ ବାଇଡେନ ଓ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେମାନଙ୍କର ସଫଳ କାର୍ଯ୍ୟକାଳ କାମନା କରିଛନ୍ତି ରାମନାଥ କୋବିନ୍ଦ । ଏହାସହ ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ତାଙ୍କ ସହ କାମ କରିବାକୁ ଆଗ୍ରହୀ ଥିବା ରାମନାଥ କୋବିନ୍ଦ ଟ୍ୱିଟ୍ କରି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି, ‘ଜୋ ବାଇଡେନ୍, ବିଜୟ ପାଇଁ ଆପଣଙ୍କୁ ଅଭିନନ୍ଦନ । ଉପରାଷ୍ଟ୍ରପତି ଭାବରେ ଭାରତ-ଆମେରିକା ସମ୍ପର୍କକୁ ମଜବୁତ କରିବାରେ ଆପଣଙ୍କର ଅବଦାନ ମହତ୍ବପୂର୍ଣ୍ଣ ଥିଲା ।

ମୋଦି କହିଛନ୍ତି, ଭାରତ-ଆମେରିକା ସମ୍ପର୍କକୁ ଅଧିକ ଉଚ୍ଚତାକୁ ନେବା ପାଇଁ ସେ ପୁଣି ଥରେ ଏକାଠି କାମ କରିବାକୁ ଆଗ୍ରହୀ । ଦୁଇ ଦେଶ ମିଳିତ ଭାବେ କାର୍ୟ୍ୟ କରିବେ ଏବଂ ଭାରତ-ଆମେରିକା ସମ୍ପର୍କକୁ ଅଧିକ ସୁଦୃଢ଼ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହାସହ ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ କମଲା ହାରିସଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ସଫଳତା କାମନା କରିଛନ୍ତି । ସମସ୍ତ ଭାରତୀୟ-ଆମେରିକୀୟ ନାଗରିକ ଏଥିପାଇଁ ଗର୍ବିତ ହେବେ ବୋଲି କହିଛନ୍ତି ମୋଦି ।

Leave A Reply

Your email address will not be published.