Latest Odisha News

BREAKING NEWS

ବଦଳିଲେ ୮ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୮ଟି ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ସୂଚନା ଅନୁଯାୟୀ କର୍ଣ୍ଣାଟକର ରାଜ୍ୟପାଳ ଭାବେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ରାଜ୍ୟସଭା ନେତା ଥାୱରଚାନ୍ଦ ଗେହଲୋଟ୍ ନିଯୁକ୍ତ ହୋଇଛନ୍ତି।

ଏହାସହ ମିଜୋରାମର ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇଙ୍କୁ ଗୋଆର ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଛି।

ହରିୟାଣାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି।

ତ୍ରିପୁରାର ରାଜ୍ୟପାଳ ରମେଶ ବୈଶ ଝାଡଖଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି।

ହିମାଚଳ ପ୍ରଦେଶର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟାଙ୍କୁ ହରିୟାଣାର ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଛି।

ସେହିପରି ମିଜୋରାମର ରାଜ୍ୟପାଳ ଭାବେ ହରିବାବୁ କମ୍ଭଂପତି, ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ମଙ୍ଗୁଭାଇ ଛଗନ ଭାଇ ପଟେଲ ନିଯୁକ୍ତ ହୋଇଥିବା ବେଳେ, ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର।

Comments are closed.