Latest Odisha News

BREAKING NEWS

କେତେ ବଦଳି ଯାଇଛନ୍ତି ବଲିଉଡର ଏହି ଷ୍ଟାର୍ !

ଭୁବନେଶ୍ୱର: ସଫଳତା ଆପଣଙ୍କ ସହିତ ରହିଥିବା ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଥାଏ । ଏଥିରେ ବ୍ୟତିକ୍ରମ ଘଟିଲେ ମଣିଷ ରୂପରେଖ ଓ ଚାଲିଚଳନରେ ଅନେକ ପରିବର୍ତନ ଘଟି ଯାଇଥାଏ । ଆସନ୍ତୁ ଜାଣିବା ବଲିଉଡର ଏହି ୫ ପୂର୍ବତନ ହିରୋ ଯାହାଙ୍କୁ ଏବେ ଚିହ୍ନିବା କଷ୍ଟକର ହୋଇ ପଡୁଛି ।

ମୋହବତେଁ ଫିଲ୍ମରେ ଶାହାରୁଖ ଖାଁଙ୍କ ସହ ଅଭିନୟ କରିଥିବା ୟଶ ଚୋପ୍ରାଙ୍କ ପୁତ୍ର ଉଦୟ ଚୋପ୍ରାଙ୍କୁ ଏବେ ଚିହ୍ନିବା କଷ୍ଟକର ହୋଇ ପଡୁଛି । ଏହି ଫିଲ୍ମ ପରେ ବାରମ୍ବାର ଚେଷ୍ଟା ସତ୍ୱେ ସେ ଆଉ ଫିଲ୍ମରେ ସଫଳ ହୋଇପାରି ନ ଥିଲେ । ବର୍ତମାନ ସେ ଏହି ଚାକମକ ଦୁନିଆରୁ ଦୂରେଇ ରହି ସାଧାରଣ ଜୀବନ ଯାପନ କରୁଛନ୍ତି । ସେହିପରି ସୌଦାଗର ଫିଲ୍ମରେ ଦୁଇ ମହାନ ଅଭିନେତା ଦିଲୀପ କୁମାର ଓ ରାଜକୁମାରଙ୍କ ସହ ଅଭିନୟ କରିଥିବା ବିବେକ ମୁସ୍ର୍ରାନଙ୍କୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲେ । ଏହା ପରେ ତାଙ୍କୁ ଅନେକଗୁଡିଏ ଫିଲ୍ମ ମିଳିଥିଲା । ଭାଗ୍ୟ ସହାୟ ହୋଇ ନ ଥିଲା ।

ଟିଭି ସିରିୟଲରେ କିଛି ଦିନ ଅଭିନୟ କରିବା ପରେ ସେ ଧିରେ ଧିରେ ଅଲୋଡା ହୋଇ ପଡୁଛନ୍ତି । ତାଙ୍କ ଚେହେରା ଓ ରୂପ ଏତେ ବଦଳିଯାଇଛି ଚିହ୍ନିବା କଷ୍ଟକର ହୋଇ ପଡୁଛି । ଚକଲେଟ ହିରୋ ଫରଦିନ ଖାଁଙ୍କୁ କିଏ ବା ନ ଜାଣେ । ୧୯୯୮ରୁ ୨୦୧୦ ପର୍ଯ୍ୟନ୍ତ ସେ ବଲିଉଡରେ ସକ୍ରିୟ ଥିଲେ ।

ଏବେ ଅତ୍ୟଧିକ ମୋଟା ହୋଇଯିବା ଫଳରେ ବିଭିନ୍ନ ସୋସିଆଲ ନେଟୱର୍କିଂ ସାଇଟରେ ଟ୍ରୋଲ ହେଉଛନ୍ତି ।

ଏମାନଙ୍କ ବ୍ୟତୀତ ଲବଷ୍ଟୋରୀ ୨୦୫୦ର ଷ୍ଟାର ହରମାନ ବାୱେଜା ଓ ରାଜା କି ଆୟେଗୀ ବାରାତରେ ଅଭିନୟ କରିଥିବା ଅମଜାଦ ଖାଁଙ୍କ ପୁତ୍ର ଶାଦବ ଖାଁ ମଧ୍ୟ ଅଲୋଡା ହୋଇ ପଡିଛନ୍ତି ।

ପତାଳା ଦେଖା ଯାଉଥିବ ଶାଦବ ଏବେ ବାପାଙ୍କ ପରି ମୋଟା ହୋଇ ଗଲେଣି ।

Leave A Reply

Your email address will not be published.