Latest Odisha News

BREAKING NEWS

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ବର:  ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଛନ୍ତି।  ବାୟୁସେନାର ସ୍ବତନ୍ତ୍ର ବିମାନରେ ମଙ୍ଗଳବାର ସଂଧ୍ୟା ୬ଟା ୮ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟପତି ମୁର୍ମୁ ।  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରମୁଖ ବିମାନବନ୍ଦରରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ।

ରାଷ୍ଟ୍ରପତି ସ୍ବତନ୍ତ୍ର କାର୍‌କେଡ୍‌ରେ ବିମାନବନ୍ଦରରୁ ସିଧା ରାଜଭବନକୁ  ଯାଇଛନ୍ତି।  ରାଜଭବନ ପରିସରରେ ସନ୍ଧ୍ୟା ୭ଟାରେ ଅତୁଟ ବନ୍ଧନ ପରିବାର ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ ମଧ୍ୟ କରିବେ।

ଆସନ୍ତାକାଲି କଟକରେ ମା’ ଚଣ୍ଡୀଙ୍କ ଦର୍ଶନ ସହ ହାଇକୋର୍ଟ ୭୫ ତମ ପୂର୍ତି ଉତ୍ସବରେ ଉଦ୍ବୋଧନ ଦେବେ । ସେହିପରି ଗୁରୁବାର ଭୁବନେଶ୍ୱର ତମାଣ୍ଡୋରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । କମିସନରେଟ ପୋଲିସ ପକ୍ଷରୁ କାରକେଡ ରିହର୍ସସାଲ କରାଯାଇଛି । ବ୍ଲୁ-ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ରୁଟ୍ ଲାଇନ୍, କାରକେଡ, ଟ୍ରାଫିକ୍, ପାର୍କିଂ ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.