Latest Odisha News

BREAKING NEWS

ଓଭାଲ ଟେଷ୍ଟ ପରେ ସ୍ମିଥ, ୱାର୍ଣ୍ଣରଙ୍କ ଅବସରକୁ ନେଇ ଜୋର ଧରିଲା ଚର୍ଚ୍ଚା

ଓଭାଲ: ଆଶେସ ସିରିଜର ଅନ୍ତିମ ଟେଷ୍ଟ କିଙ୍ଗଷ୍ଟନ ଓଭାଲରେ ଖେଳାଯିବ । ତେବେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ପରେ ଅଷ୍ଟ୍ରେଲିଆର ଦୁଇ ମହାନ ଖେଳାଳି ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣର ଅବସର ନେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବର୍ଷା ଯୋଗୁ ଯଦି ପତ୍ରକାର ମାନେ ବ୍ୟତୀବ୍ୟସ୍ତ ହୋଇ ପଡନ୍ତି ସେତେବେଳେ ଏ ଭଳି ଖବର ସମ୍ମୁଖକୁ ଆସେ ବୋଲି ସେ କହିଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ଅଗ୍ରଣୀ ରହିଛି । ସ୍ମିଥ ଚଳିତ ସିରିଜରେ ୧୧୦, ୩୪, ୨୨ ଓ ୪୧ ରନର ଇନିଂସ ଖେଳିଛନ୍ତି ।

BjdElectrycity

ସେହିପରି ୱାର୍ଣ୍ଣର ଗୋଟିଏ ଅର୍ଦ୍ଧଶତକ ମାରିଥିବା ବେଳେ ୩ଟି ଇନିଂସରେ ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି । ଅବଶ୍ୟ ୱାର୍ଣ୍ଣର ତାଙ୍କ ଟେଷ୍ଟ ଅବସର ନେଇ ଆଗୁଆ ସୂଚନା ଦେଇ ସାରିଛନ୍ତି । ସେ କହିଥିଲେ ୨୦୨୪ ଆରମ୍ଭରେ ମୁଁ ଟେଷ୍ଟରୁ ଅବସର ନେବି । ବର୍ତମାନ ଫର୍ମ ବିଚାରକୁ ନେଲେ ହୁଏତ ୱାର୍ଣ୍ଣର ଅବସର ନେଇପାରନ୍ତି । ମାତ୍ର ସ୍ମିଥ ଭଲ ଫର୍ମରେ ଥିବାରୁ ଏହା ବିଶ୍ୱାସ ଯୋଗ୍ୟ ମନେ କରି ହେଉ ନାହିଁ । ଅନ୍ତିମ ଟେଷ୍ଟ ଶେଷ ହେବା ପରେ ଏହି ପୂର୍ବାନୁମାନ କିମ୍ବା ଗୁଜବ ଉପରୁ ପରଦା ହଟିବ । ସିରିଜ ବରାବର କରିବାକୁ ହେଲେ ଇଂଲଣ୍ଡକୁ ଅନ୍ତିମ ଟେଷ୍ଟରେ ବିଜୟ ହାସଲ କରିବାକୁ ପଡିବ ।

Leave A Reply

Your email address will not be published.