Latest Odisha News

BREAKING NEWS

ରଥଯାତ୍ରାରେ ବିରଳ ଦୃଶ୍ୟ, ମଞ୍ଚରୁ ଓହ୍ଲାଇ ନବୀନଙ୍କୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ରଥଯାତ୍ରାରେ ଦେଖିବାକୁ ମିଳିଲା ରାଜନେତାଙ୍କ ନିଆରା ଦୃଶ୍ୟ । ପୁରୀ ବଡ଼ଦାଣ୍ଡରେ ଏକ ଭିନ୍ନ ଦୃଶ୍ୟ । ଏକାଠି ନଜର ଆସିଲେ ଶାସକ ଦଳ ନେତା ଓ ବିରୋଧି ଦଳ ନେତା । ମଞ୍ଚ ଉପରକୁ ବିରୋଧି ଦଳ ନେତା ନବୀନଙ୍କୁ ପାଛୋଟି ନେଲେ ଶାସକ ଦଳର ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସସମ୍ମାନେ ତାଙ୍କ ବସିବା ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ଶାସକ ଦଳର ଅନ୍ୟାନ୍ୟ ନେତା ।

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଜଗନ୍ନାଥ ଧାମରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସହ ସାଙ୍ଗରେ ଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ରଥଯାତ୍ରା ଦେଖିବାକୁ ବଦଦାଣ୍ଡରେ ପହଞ୍ଚିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳର ନେତା ନବୀନ ପଟ୍ଟନାୟକ । ତେବେ ସେହି ସମୟରେ ବଡଦାଣ୍ଡରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ । ଯେଉଁଠି ଭକ୍ତ ଓ ଭଗବାନ ଏକାଠି ହୋଇଛନ୍ତି ସେହି ସ୍ଥାନରେ ଏକାଠି ନଜର ଆସିଥିଲେ ଶାସକ ଦଳ ଆଉ ବିରୋଧି ଦଳର ନେତା । ପଦ ଯାଇଛି ସିନା କିନ୍ତୁ ମାନ ଆଜି ବି ଅଛି ।

ବଡଦାଣ୍ଡରେ ପହଞ୍ଚିବା କ୍ଷଣି ରାଷ୍ଟ୍ରପତିଙ୍କୁ ଦେଖି ମଞ୍ଚ ତଳେ ଛିଡା ହୋଇ ନମସ୍କାର କରିଥିଲେ ନବୀନ । ଆଉ ସେତେବେଳେ ମଞ୍ଚ ତଳେ ନବୀନଙ୍କୁ ଦେଖି ମଞ୍ଚ ଉପରୁ ଧାଇଁ ଆସି ନବୀନଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ମଞ୍ଚରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଏବଂ ପ୍ରଭାତୀ ପରିଡା । ନବୀନଙ୍କ ହାତ ଧରି ମଞ୍ଚ ଉପରକୁ ନେଇଯାଇଥିଲେ ଧର୍ମେନ୍ଦ୍ର । ମଞ୍ଚ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଠିଆ ହୋଇ ନବୀନଙ୍କୁ ବସିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ମଞ୍ଚ ଉପରେ ଥିବା ଅନ୍ୟ ବଶିଷ୍ଟ ବ୍ୟକ୍ତିମାନେ ନବୀନଙ୍କୁ ପ୍ରଣାମ କରିବା ସହ ତାଙ୍କ ବସିବା ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ମଞ୍ଚ ଉପରେ ଏହି ବିରଳ ଦୃଶ୍ୟ ଉତ୍କଳ ସମାଜର ବିନମ୍ରତାର ପରିଚୟ ଦେଇ ଏହା ଦର୍ଶାଇଛି ଯେ, ଆପଣ ବର୍ତ୍ତମାନ ପଦରେ ଥାଆନ୍ତୁ ବା ନଥାନ୍ତୁ କିନ୍ତୁ ପରସ୍ପର ମଧ୍ୟରେ ଏପରି ସମ୍ମାନ ସର୍ବଦା ରହିବ । ଆଉ ଏହା ହିଁ ହେଉଛି ଆମ ଓଡିଶାର ସଂସ୍କୃତି ।

 

Comments are closed.