ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ ତାରିଖରେ ଭୁବନେଶ୍ୱରର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତି ଏହି ଅବସରରେ ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବେ ବୋଲି ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ଶନିବାର ଏକ ପ୍ରେସ୍ ବ୍ରିଫିଂରେ କହିଛନ୍ତି।
ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଚଳିତ ବର୍ଷ ମୋଟ ୬୪୩ ଜଣ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଯେଉଁଥିରେ ୧୯୬ ଜଣ MBBS (ବ୍ୟାଚ୍ ୨୦୧୬ ଏବଂ ୨୦୧୭), ୧୫୮ ଜଣ MD/MS (ବ୍ୟାଚ୍ ୨୦୧୯ ଏବଂ ୨୦୨୦), ୪୯ ଜଣ DM/MCh (ବ୍ୟାଚ୍ ୨୦୧୯ ଏବଂ ୨୦୨୦), ୨୧ ଜଣ ପୋଷ୍ଟ-ଡକ୍ଟରାଲ୍ ଫେଲୋ (PDF) (ବ୍ୟାଚ୍ ୨୦୨୨ ଏବଂ ୨୦୨୩), ୧୧୬ ଜଣ BSc ନର୍ସିଂ (ବ୍ୟାଚ୍ ୨୦୧୭ ଏବଂ ୨୦୧୮), ୬୨ ଜଣ BSc ପାରାମେଡିକାଲ୍ (ବ୍ୟାଚ୍ ୨୦୧୮ ଏବଂ ୨୦୧୯), ୪୧ ଜଣ MSc ନର୍ସିଂ (ବ୍ୟାଚ୍ ୨୦୧୯ ଏବଂ ୨୦୨୦) ଅନ୍ତର୍ଭୁକ୍ତ।
ସେହିପରି ୩୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୯ଟି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ଯେଉଁଥିରେ ୧୭ ଜଣ MBBS ଛାତ୍ର, ଜଣେ MD/MS ଛାତ୍ର, ଜଣେ DM/MCh ଛାତ୍ର, ତିନି ଜଣ BSc ନର୍ସିଂ ଛାତ୍ର, ସାତ ଜଣ BSc ପାରାମେଡିକାଲ୍ ଛାତ୍ର ଏବଂ ଦୁଇ ଜଣ MSc ନର୍ସିଂ ଛାତ୍ର ଅନ୍ତର୍ଭୁକ୍ତ।
ତେବେ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ପି ଆର ମହାପାତ୍ର (ଡିନ୍), ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର (ଡିଡିଏ), ଡକ୍ଟର ସୁଦୀପ୍ତ ରଞ୍ଜନ ସିଂହ (ରେଜିଷ୍ଟ୍ରାର), ଡକ୍ଟର ଦିଲ୍ଲୀପ କୁମାର ପରିଡା (ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ), ଏବଂ ଡକ୍ଟର ବିକାଶ ଭାଟିଆ ପ୍ରେସରରେ ଉପସ୍ଥିତ ଥିଲେ।
Comments are closed.