ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଉନ୍ମୋଚନ କରିଛନ୍ତି।
ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଏବଂ ଖୁସିର ବିଷୟ। ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ, ଓଲ ଚିକି ଲିପିରେ ଉପଲବ୍ଧ। ସେମାନଙ୍କୁ ନିଜ ଭାଷାରେ ସମ୍ବିଧାନ ପଢ଼ିବା ଏବଂ ବୁଝିବା ସହଜ ହେବ।
ରାଷ୍ଟ୍ରପତି କହିଛନ୍ତି ଯେ ଏହି ବର୍ଷ ଆମେ ଓଲ ଚିକି ଲିପିର ଶତବାର୍ଷିକୀ ପାଳନ କରୁଛୁ। ଆଉ ସେହି ଶତବାର୍ଷିକୀ ବର୍ଷରେ ଓଲ ଚିକି ଲିପିରେ ଭାରତର ସମ୍ବିଧାନ ପ୍ରକାଶନ ପାଇଁ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଥିଲେ।
ଏହି ଅବସରରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସାମିଲ ଥିଲେ।