Latest Odisha News

BREAKING NEWS

କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍

ଓ୍ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦିଆଗଲା କରୋନା ଟିକା । ୭୮ ବର୍ଷୀୟ ବାଇଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବାରୁ ତାଙ୍କୁ ଫାଇଜର ଭ୍ୟାକସିନର ପ୍ରଥମ ଡୋଜ୍ ଦିଆଯାଇଛି । ଏକ ଲାଇଭ୍ ଟେଲିଭିଜନରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଖରେ ଟିକାକରଣ ହୋଇଛି ।

ଟିକା ବିକଶିତ କରିଥିବା ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଇଡେନ୍ । ଡେଲାୱେରର ଏକ ହସ୍ପିଟାଲର ଜଣେ ନର୍ସ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫାଇଜର ଏବଂ ବାୟୋଟେକ୍ ଦ୍ୱାରା ବିକଶିତ ଟିକା ଦେଇଥିଲେ । ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାଇଡେନ ଲାଇଭ ଟିଭିରେ କରୋନା ଟିକାର ଡୋଜ ନେଇଥିଲେ ।

ଏହାସହ ବାଇଡେନ୍ ଲୋକଙ୍କୁ ଅପିଲ କରିଛନ୍ତି, କିଛି ଚିନ୍ତା କରିବାର ନାହିଁ । ଟିକା ବର୍ତ୍ତମାନ ଉପଲବ୍ଧ ଓ ସମସ୍ତଙ୍କୁ ଏହି ଟିକା ନେବାକୁ ଅନୁରୋଧ କରିଛନ୍ତି । ଆମେରିକାରେ ଫାଇଜର କରୋନା ଟିକା ସରକାରୀ ଅନୁମୋଦନ ଲାଭ କରିଛି ।

Leave A Reply

Your email address will not be published.