Latest Odisha News

BREAKING NEWS

ଜିଏସଟି ଠକେଇ ଅଭିଯୋଗରେ କଟକରୁ ବନ୍ଧା ହେଲେ ୩ ଜଣ

କଟକ: ପୁଣି ବଡ଼ ଧରଣର ଜିଏସଟି ଠକେଇ ସାମନାକୁ ଆସିଛି । କୋଟି କୋଟି ଟଙ୍କା ଟିକସ ଫାଙ୍କିବାକୁ ଫନ୍ଦି କରୁଥିଲେ । ଧରାପଡ଼ିଲେ ଓ ଜେଲ୍ ଗଲେ । ଜିଏସଟି ଠକେଇ ଅଭିଯୋଗରେ କଟକ ଚୌଦ୍ୱାରରୁ ୩ ଜଣଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । କୋର୍ଟରେ ହାଜରେ ପରେ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି ।

BjdElectrycity

ଗିରଫ ଅଭିଯୁକ୍ତମାନେ ହେଲେ ସ୍ମୃତି ମହାନ୍ତି, ସୌମ୍ୟ ମହାନ୍ତି ଓ ରାଜୀବ ମିଶ୍ର । ଅଭିଯୋଗ ହୋଇଛି, ଏମାନେ ଅନ୍ୟ ଲୋକଙ୍କର ସମସ୍ତ ପ୍ରମାଣପତ୍ରକୁ ଜାଲ କରି ଅପବ୍ୟବହାର କରି ଠକେଇ କରିଛନ୍ତି ।

ବିନା କୌଣସି ଇନଭଏୟସରେ ବିଭିନ୍ନ ପ୍ରକାର କାରବାର କରିଛନ୍ତି । ଯେଉଁ ନାଁ ଦର୍ଶାଇଛନ୍ତି ସେଭଳି କୌଣସି କମ୍ପାନୀ କି ବ୍ୟକ୍ତି ମଧ୍ୟ ନଥିବା ଜଣାପଡ଼ିଛି । ସଠିକ ତଥ୍ୟ ଦେଇ ନପାରିବାରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଏବେ ମାନଙ୍କର ଲିଙ୍କ ଖୋଜା ଚାଲିଛି ।

Leave A Reply

Your email address will not be published.