Latest Odisha News

BREAKING NEWS

world-famous Dhanu Yatra: ଆଜିଠୁ ଦୁଲୁକିବ ବରଗଡ଼, ଧନୁଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସଜେଇ ହୋଇଛି କଂସଙ୍କ ରାଜ ଦରବାର ସମେତ ରଂଗମହଲ ।ଯାହାକୁ ନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇ ଉଠିଥିବା ବେଳେ ଏହାର ପ୍ରସ୍ତୁତି କାମ ଯୋରସୋରରେ ଆଗେଇ ଚାଲିଛି ।  ଚଳିତଥର ୭୮ ବର୍ଷରେ ପଦାର୍ପଣ କରିବ ବରଗଡ଼ ଧନୁଯାତ୍ରା। ଆଜି (ବୁଧବାର)ଠାରୁ ୧୧ ଦିନ ଧରି ଚାଲିବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ବରଗଡ଼ ପାଲଟିଯିବ ମଥୁରାନଗରୀ ଏବଂ ଅମ୍ବାପାଲି ହୋଇଯିବ ଗୋପପୁର।

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରଗଡ଼ ଧନୁଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି ଧନୁଯାତ୍ରାର ସଫଳ ଆୟୋଜନ ପାଇଁ ରାଷ୍ଟ୍ରପତି କାମନା କରିଛନ୍ତି। ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ମହାମହିମ ଲେଖିଛନ୍ତି ‘ବରଗଡ଼ର ସୁପ୍ରସିଦ୍ଧ ଧନୁଯାତ୍ରାର ଶୁଭ ଅବସରରେ ମୁଁ ଦେଶବାସୀଙ୍କୁ, ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚର ଅନନ୍ୟ ପରମ୍ପରା ଏହି ମହୋତ୍ସବକୁ ଦେଶବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ମୁଁ ଆଶା କରୁଛି, ପୌରାଣିକ କଥାବସ୍ତୁର ଜୀବନ ଉପସ୍ଥାପନା ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବ ଆହୁରି ପରିପୁଷ୍ଟ ହେବ । ମୁଁ ଏହି ବର୍ଣ୍ଣାଜ୍ୟ ଯାତ୍ରାର ସଫଳ ଆୟୋଜନ ନିମନ୍ତେ ଶୁଭେଛା ଜଣାଉଛି ‘।

ଅନ୍ୟପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୧୫୦ ଜଣ ଅଫିସରଙ୍କ ସହ ୨୮ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ରହିବେ। ଏହାସହ ସାରା ସହର ସିସିଟିଭି କ୍ୟାମେରା ବଳୟରେ ରହିବ ବୋଲି ଏସ୍‌ପି ଶ୍ରୀ ମୀନା ସୂଚନା ଦେଇଛନ୍ତି।

Leave A Reply

Your email address will not be published.