Latest Odisha News

BREAKING NEWS

ଭୁବନେଶ୍ବରରେ ଜୁଡିସିଆଲ କୋର୍ଟ ପରିସର ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ବରରେ ଉଦଘାଟିତ ହେଲା ଜୁଡ଼ିସିଆଲ କୋର୍ଟ କମ୍ପ୍ଲେକ୍ସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇ ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି । ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମହାମହିମ ।

ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଉପସ୍ଥିତ ରହିଥିଲେ।

ଏହି କୋଠା ଅତ୍ୟାଧୁନିକ ଇଂଜିନିୟରିଂ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ୧୭୦ କୋଟି ଟଙ୍କାରେ ନିର୍ମିତ ଏହି ଅତ୍ୟାଧୁନିକ କୋର୍ଟ ବିଲ୍ଡିଂରେ ବେସମେଣ୍ଟ ଓ ଗ୍ରାଉଣ୍ଡଫ୍ଲୋରକୁ ମିଶାଇ ୫ ମହଲା କରାଯାଇଛି । ୫୫ଟି କୋର୍ଟରୁମ୍‌ ସହିତ ବିଚାରପତିମାନଙ୍କ ପାଇଁ ୫୫ଟି ଚାମ୍ବର ରହିଛି । କୋଠାଟି ସେଣ୍ଟ୍ରାଲ ଏୟାର କଣ୍ଡିଶନର୍‌ ଲାଗିଛି । କୋଠାଟି ସଂପୂର୍ଣ୍ଣ ଅଗ୍ନି ନିରାପତ୍ତା ମଧ୍ୟରେ ରହିଛି ।

କୋର୍ଟ ମଧ୍ୟରେ ମାଗଣା ୱାଇଫାଇର ବ୍ୟବସ୍ଥା କରାଯାଇଛି । ପ୍ରବେଶ ଓ ପ୍ରସ୍ଥାନ ପାଇଁ ୫ଟି ଗେଟ୍ ରହିଛି । ୧ ହଜାର ଗାଡ଼ି ପାର୍କିଂ ପାଇଁ ସ୍ଥାନ ରହିଛି । ଏପରିକି ଲାଇବ୍ରେରୀ, ଡିସପେନସାରୀ, ବ୍ୟାଙ୍କ ଓ ପୋଷ୍ଟ ଅଫିସ ମଧ୍ୟ ରହିଛି ।

ସେହିପରି ସାଧାରଣ ଲୋକଙ୍କ ପାଇଁ ବିଶ୍ରାମ କକ୍ଷ, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବିଶ୍ରାମ କକ୍ଷ, ବ୍ରେଷ୍ଟ ଫିଡିଂ ରୁମ୍, ସୌନ୍ଦର୍ଯ୍ୟୀକରଣ ପାଇଁ ଘାସ ଗାଲିଚା, ଓ୍ବାଟର ଫାଉଣ୍ଟେନ ଆଦିର ବ୍ୟବସ୍ଥା କରାଯାଇଛି । ଏଲଇଡି ଟିଭି ମାଧ୍ୟମରେ ସାଧାରଣ ଲୋକଙ୍କ ପାଇଁ ସବୁ ସୂଚନା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଆଇନଜୀବୀମାନଙ୍କ ପାଇଁ ସ୍ବତନ୍ତ୍ର କେସ୍ ବାବଦରେ ଜାଣିବା ପାଇଁ କମ୍ପ୍ୟୁଟର ଆଦିର ବ୍ୟବସ୍ଥା କରାଯାଇଛି ।

Comments are closed.