Latest Odisha News

ଯୁଦ୍ଧପୋତ ବିନ୍ଧ୍ୟଗିରିର ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଇଏନଏସ ବିନ୍ଧ୍ୟଗିରି ଯୁଦ୍ଧପୋତ ଉଦ୍‌ଘାଟନ କରିଛନ୍ତି। ଭାରତୀୟ ନୌସେନାର ‘ପ୍ରୋଜେକ୍ଟ ୧୭ ଆଲଫା’ ଅଧୀନରେ ଥିବା ଏହି ଅତ୍ୟାଧୁନିକ ଯୁଦ୍ଧପୋତର ଆଜି ଜଳାବତରଣ ହୋଇଛି। ଉକ୍ତ ପ୍ରୋଜେକ୍ଟ ଅଧୀନରେ ମୋଟ୍‌ ୭ଟି ଯୁଦ୍ଧପୋତ ନିର୍ମାଣ କରାଯାଇଛି। ଏଥିମଧ୍ୟରୁ ୫ଟି ପୂର୍ବରୁ ଲୋକାର୍ପିତ ହୋଇସାରିଛି। ନୂଆ ବିନ୍ଧ୍ୟଗିରି ଯୁଦ୍ଧପୋତକୁ ଆଜି କୋଲକାତାର ଗାର୍ଡେନ ରିଚ୍‌ ସିପ୍‌ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ୍‌ରେ ଉଦ୍‌ଘାଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ରହିଥିଲେ। ପୂର୍ବରୁ ଆଇଏନ୍‌ଏସ୍‌ ନୀଳଗିରି, ଉଦୟଗିରି, ହମିଗିରି, ତାରାଗିରି ଏବଂ ଦୁନାଗିରି ଭଳି ଅତ୍ୟାଧୁନିକ ଯୁଦ୍ଧପୋତର ଜଳାବତରଣ ହୋଇଛି । ମାତ୍ର ଆଜିର ଏହି ଅତ୍ୟାଧୁନିକ ଯୁଦ୍ଧପୋତର ନାଁ ରହିଛି ଆଇଏନ୍‌ଏସ୍‌ ବିନ୍ଧ୍ୟଗିରି। କର୍ଣ୍ଣାଟକର ଏକ ପର୍ବତମାଳାର ନାଁ ଅନୁସାରେ ଏହି ଯୁଦ୍ଧପୋତର ନାମ ବିନ୍ଧ୍ୟଗିରି ରଖାଯାଇଛି। ଏହି ଯୁଦ୍ଧପୋତରେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ମୁତୟନ ସହ ବୁଡ଼ାଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ବ୍ୟବସ୍ଥା ମଧ୍ୟ ରହିଛି।

Comments are closed.