Latest Odisha News

BREAKING NEWS

ଶିଶୁକନ୍ୟାର ଦାମ୍ ରହିଥିଲା ମାତ୍ର ୪୦ହଜାର ଟଙ୍କା !

ନୂଆଦିଲ୍ଲୀ: ୨ମାସର ଶିଶୁକନ୍ୟାକୁ ନେଇ ହୋଇଥିଲା ବିଜନେସ୍ ଡିଲ୍ । ହେଲେ କେହି ବାହାର ଲୋକ ନୁହେଁ ବରଂ ଖୋଦ ତା ବାପା ସାଜିଥିଲା ସୌଦାଗର । ଟଙ୍କା ଧାର୍ଯ୍ୟ କରିବା ଓ ତାକୁ ବିକ୍ରି କରିବାରେ ଖଳନାୟକ ସାଜିଥିଲା ଖୋଦ ଶିଶୁକନ୍ୟାର ବାପା ।

ତେବେ ଥରେ ନୁହେଁ ବରଂ ବାରମ୍ବାର ସେହି ଶିଶୁକନ୍ୟାକୁ ବିକ୍ରି କରାଯାଇଥିଲ । ପ୍ରଥମେ ଜାଫରାବାଦର ଜଣେ ମହିଳାଙ୍କୁ, ଦ୍ୱିତୀୟରେ ପୁରୁଣା ଦିଲ୍ଲୀର ଜଣେ ମହିଳା ଓ ଶେଷରେ ସଂଜୟ ମିତ୍ତଲ ନାମକ ଜଣେ ବ୍ୟକ୍ତି ୮୦ହଜାର ଟଙ୍କାରେ ଶିଶୁକନ୍ୟାକୁ ଖରିଦ କରିଥିଲେ ।

ଗୁରୁବାର ଦିଲ୍ଲୀ ପୋଲିସ ଓ ମହିଳା କମିଶନ ର ମିଳିତ ଉଦ୍ୟମରେ ଶିଶୁକନ୍ୟାକୁ ହଜ୍ କାଜି ଅଂଚଳରୁ ଉଦ୍ଧାର କରାଯାଇଥିଲା । ମହିଳା ପଂଚାୟତ ସହାୟତାର ଉଦ୍ଧାର ଅଭିଯାନ ସଫଳ ହୋଇପାରିଥିଲା । ତେବେ ଶିଶୁକନ୍ୟାକୁ ଉଦ୍ଧାର କରିବା ଏତେଟା ସହଜ ନଥିଲା । ବାରମ୍ବାର ବିଭିନ୍ନ ଅଂଚଳରେ ଚଢାଉ କରିବା ପରେ ଶେଷରେ ପୋଲିସକୁ ସଫଳତା ମିଳିଥିଲା ।

ନିଜ ଶିଶୁକନ୍ୟାକୁ ବିକ୍ରୟ କରିବା ଭଳି ଘୃଣ୍ୟ ଅପରାଧରେ ଅଭିଯୁକ୍ତ ବାପାକୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ନିଜ ଶିଶୁକନ୍ୟାକୁ ପାଇ ଅଭାଗା ମା’ ଖୁସୀରେ ଆତ୍ମହରା ହୋଇପଡିଛି ।

Leave A Reply

Your email address will not be published.