ବାରିପଦା: ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡ଼ାମରା-ନ୍ୟୁ ଜାମଶୋଳା ଓ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଏହି ଲାଇନ୍ ଆଦିବାସୀ ବହୁଳ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରିବ। ଏହି ରେଳ ସଂଯୋଗୀକରଣ ଫଳରେ ବ୍ୟବସାୟ, ଟୁରିଜିମ୍, ଓ ଆର୍ଥିକ କ୍ଷେତ୍ରରେ ବିକାଶ ହେବ ବୋଲି ଆଶା ରଖିଛନ୍ତି ଜିଲ୍ଲାବାସୀ । ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।
ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ କରିଛି ଏହି ରେଳଷ୍ଟେସନ୍ । ଦ୍ବିତୀୟ ପ୍ରବେଶ ଦ୍ବାରରେ ଟିକେଟ୍ କାଉଣ୍ଟର ସହ ସଂପୂର୍ଣ୍ଣ ବାଧ୍ୟତାମୂଳକ ଭବନ ପରିସର, ଓଏସଓପି ଷ୍ଟଲ ଓ ଅତ୍ୟାଧୁନିକ ଫୁଡ୍ କୋର୍ଟ ରହିଛି। ପ୍ରଶସ୍ତ ପାର୍କିଂ ସୁବିଧା ସହ ଉପଯୁକ୍ତ ଭାବେ ପ୍ଲାନ୍ କରାଯାଇଥିବା ଅଞ୍ଚଳ ରହିଛି। ଯାତ୍ରୀମାନଙ୍କ ସୁଗମ ଯାତାୟତ ପାଇଁ ଏସ୍କାଲେଟର, ଶିଡ଼ି, ଲିଫ୍ଟ କରାଯାଇଛି। ଯାତ୍ରୀମାନଙ୍କ ଆରାମ ପାଇଁ ପ୍ରଶସନ୍ତ ପ୍ରତିକ୍ଷା ସ୍ଥଳର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ବାଲେଶ୍ବର ରେଳ ଷ୍ଟେସନ୍ରେ ଫୁଟ୍ ଓଭରବ୍ରିଜ୍ର ମଧ୍ୟ ଲୋକାର୍ପଣ ହେବ। ରେଲୱେ ଟ୍ରାକ୍ ପାରି ହେବା ପାଇଁ ନିରାପଦ ଓ ସୁବିଧାଜନକ ବ୍ୟବସ୍ଥା ହୋଇଛି।
ଏହାପରେ ଭର୍ଚ୍ଚୁଆଲ ମୋଡରେ ରାଇରଙ୍ଗପୁରରେ ଆଦିବାସୀ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତୀକରଣ ଓ ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଏକ ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। ବାଙ୍ଗରିପୋଷି ସଭାସ୍ଥଳରୁ ବାହାରି ବାୟୁସେନାର ହେଲିକ୍ୟାପ୍ଟର ଯୋଗେ ପଶ୍ଚିମବଙ୍ଗ କଲେଇକୁଣ୍ଡା ଏୟାରବେସରେ ପହଞ୍ଚି ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀକୁ ଯାତ୍ରା କରିବେ।
୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଶୁକ୍ରବାର ନିଜ ଜନ୍ମମାଟି ରାଇରଙ୍ଗପୁର ଯାଇଥିଲେ। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ନିଜ ଜନ୍ମମାଟିର ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଗତକାଲି ମହାମହିମ ମହୁଲଡିହାସ୍ଥିତ ନିଜ ବାସଭବନରେ ରାତ୍ରୀଯାପନ ସହିତ ରାତ୍ରୀଭୋଜନ କରିଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମହାମହିମଙ୍କ ଘର ସମ୍ମୁଖରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏସବୁ ଭିତରେ କିଛି ସମ୍ପର୍କୀୟ ଓ କିଛି ଆତ୍ମୀୟ ସ୍ବଜନ ମହାମହିମଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ।
Comments are closed.