Latest Odisha News

ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କଲେ ମାଗୁଣି ଚରଣ କୁଅଁର

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ବୁଧବାର ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆ ଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ହାତରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି କେନ୍ଦୁଝରର ମାଗୁଣି ଚରଣ କୁଅଁର ।

କଣ୍ଢେଇ ତିଆରି ପାଇଁ କେନ୍ଦୁଝରରେ ମାଗୁଣି ଚରଣ କୁଅଁର ବେଶ୍ ପ୍ରସିଦ୍ଧ । ପୂର୍ବରୁ ତାଙ୍କୁ କେନ୍ଦ୍ର ସଙ୍ଗୀତ ଏକାଡ଼େମୀ ପୁରସ୍କାର ମିଳିଥିଲା । କାଠି କଣ୍ଢେଇ ନାଚ ପାଇଁ ଓଡ଼ିଶା ସରକାର ମାଗୁଣି କୁଅଁରଙ୍କୁ ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ କରିଛନ୍ତି ।

ଚଳିତବର୍ଷ ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । କଳା କ୍ଷେତ୍ରରେ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ଅନ୍ତର୍ଯ୍ୟାମୀ ମିଶ୍ର, କଳାରେ କ୍ରୀଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।

Comments are closed.