Latest Odisha News

BREAKING NEWS

ପୁଣି ମନେ ପଡ଼ିଲା ମହାନଦୀ ! କେନ୍ଦ୍ର ଓ ଛତିଶଗଡକୁ ଦାୟୀ କଲେ ଦେବୀ, କଟାକ୍ଷ କଲେ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ବର : ବେଶ କିଛି ଦିନର ନିରବତା ପରେ ବୁଧବାର ବିଧାନସଭାରେ ଶୁଭିଛି ମହାନଦୀ ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ବିଜେଡି ବିଧାୟକ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଦେବୀ ମିଶ୍ର କହିଛନ୍ତି, ମହାନଦୀର ଜଳ ଉପରେ ଅଢ଼େଇ କୋଟିରୁ ଅଧିକ ଲୋକ ନିର୍ଭରଶୀଳ କିନ୍ତୁ ଲିନ ପିରିୟଡ ସମୟରେ ଯେତିକି ଜଳ ପ୍ରବାହ କରିବା କଥା କରୁନାହିଁ । ମହାନଦୀ ଶୁଖିଗଲାଣି, ଜଳ ବିବାଦର ସମାଧାନ ହେଉନି । ଏଥିପାଇଁ ଉଭୟ କେନ୍ଦ୍ର ସରକାର ଓ ଛତିଶଗଡ ସରକାରକୁ ଦାୟୀ କରିଛନ୍ତି ଦେବୀ ମିଶ୍ର ।

ସେପଟେ ରାଜ୍ୟ ସରକାରଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ବିଜେଡିକୁ ମହାନଦୀ କଥା କହିବାର ଅଧିକାର ନାହିଁ, ତେଣୁ ଶାସକ ଦଳ କୁମ୍ଭୀର କାନ୍ଦଣା ନକାନ୍ଦୁ ।

ଏସବୁ ଭିତରେ ନିଆଁରେ ଘିଅ ଢ଼ାଳିଛନ୍ତି କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଛନ୍ତି ମହାନଦୀ ପାଇଁ ଯଦି ନବୀନ ସରକାରଙ୍କର ଏତେ ଚିନ୍ତା ଅଛି, ମୁଁ ତ ଦେଢ ବର୍ଷ ହେଲା ମନ୍ତ୍ରୀ ହେଲିଣି କେହି ଦିନକ ପାଇଁ ମୋ ସହ କଥା ହୋଇନାହାନ୍ତି । ଫାଲତୁ କଥା କାହିଁକି ଭ୍ରମିତ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

Leave A Reply

Your email address will not be published.