Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ଶକ୍ତିଶାଳୀ ଜର୍ମାନୀକୁ ୨-୦ ଗୋଲରେ ପରାସ୍ତ କଲା କୋରିଆ

ମସ୍କୋ : ଗତଥରର ଚାମ୍ପିୟନ ଜର୍ମାନୀକୁ ୩ ମିନିଟ ବ୍ୟବଧାନରେ ୨ଟି ଗୋଲ ସ୍କୋର କରି କୋରିଆ ବିଶ୍ୱର ସମସ୍ତ ଫୁଟବଲପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ଜର୍ମାନୀ ପ୍ରି-କ୍ୱାଟରଫାଇନାଲକୁ ଯିବାକୁ ଏହି ମ୍ୟାଚରେ ନିଶ୍ଚିତ ଭାବେ ଜିତିବାକୁ ଥିଲା । ମାତ୍ର ଅପେକ୍ଷାକୃତ କୋରିଆ ଦଳଠାରୁ ଶୋଚନୀୟ ଭାବେ ପରାସ୍ତ ହେବାପରେ ବିଶ୍ୱକପରୁ ଏକପ୍ରକାର ବିଦାନେଇଛି ଶକ୍ତିଶାଳୀ ଜର୍ମାନୀ ଦଳ ।

ଖେଳର ୯୦ ମିନିିଟ ମଧ୍ୟରେ ଜର୍ମାନୀ ଦଳ କୋରିଆ ଉପରେ ପ୍ରଭାବ ବିସ୍ତାର କରି ନପାରି ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା । ତେବେ ୭ମିନିଟର ଇନଜ୍ୟୁରୀ ଟାଇମରେ ମାତ୍ର ୩ମିନିଟ ମଧ୍ୟରେ ପର ପର ୨ଟି ଗୋଲ ଦେଇ କୋରିଆ ମ୍ୟାଚଟିକୁ ୨-୦ରେ ଜିତିପାରିଥିଲା ।

ତେବେ ଜର୍ମାନୀ ଦଳ ଏହି ବିଶ୍ୱକପର ବଡ଼ ଦାବିଦାର ରହିଥିଲା ବୋଲି ବେଶ୍ ଚର୍ଚ୍ଚା ହେଉଥିଲା । ମାତ୍ର କ୍ୱାର୍ଟର ଫାଇନାଲ ଖେଳିବା ପୂର୍ବରୁ ଅପ୍ରତ୍ୟାଶିତ ଭାବେ ପ୍ରତିଯୋଗିତାରୁ ବିଦାୟ ନେବା ଜର୍ମାନୀ ଦର୍ଶକଙ୍କୁ ଦୁଃଖିତ କରିଛି ।

Leave A Reply

Your email address will not be published.