Latest Odisha News

ପୋଲାଣ୍ଡ୍‌ ରାଷ୍ଟ୍ରପତି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା କରୋନା ପଜିଟିଭ୍  ହୋଇଥିବା ଜଣାପଡିଛି। ଶନିବାର ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଟ୍ୱିଟରରେ ସେୟାର କରାଯାଇଛି। ଟୁଇଟରେ ଉଲ୍ଲେଖ କରାଯାଇଛି ଯେ, ରାଷ୍ଟ୍ରପତି ଏବେ ଭଲ ଅଛନ୍ତି ଏବଂ ସଙ୍ଗରୋଧରେ ରହିଛନ୍ତି। ଏହାସହିତ କରୋନା ଜନିତ ସମସ୍ତ ନିର୍ଦ୍ଦେଶାବଳୀକୁ ଅନୁସରଣ କରୁଥିବା କଥା ମଧ୍ୟ ଟୁଇଟ୍‌ରେ ଉଲ୍ଲେଖ କରାଯାଇଛି।

 

Comments are closed.