Latest Odisha News

BREAKING NEWS

ରାଜ୍ୟରେ ୧୧ ଜିଲ୍ଲାରୁ କରୋନା ନେଲା ଆଉ ୧୬ ଜୀବନ

ଭୁବନେଶ୍ୱର: ପ୍ରାଣଘାତୀ କରୋନା ପ୍ରତିଦିନ ଜୀବନ ନେଉଛି । ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୬ ଜଣଙ୍କର ମୃତ୍ୟୁହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୧ ଜିଲ୍ଲାରୁ ଆଖି ବୁଜିଛନ୍ତି କରୋନା ସଂକ୍ରମିତ । ମୃତକଙ୍କ ଭିତରେ ୧୧ ଜଣ ପୁରୁଷ ଥିବା ବେଳେ ୫ ଜଣ ଅଛନ୍ତି ମହିଳା ।

ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ବାଲେଶ୍ୱର ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଭୁବନେଶ୍ୱରରୁ କରୋନା ଆଉ ଦୁଇ ଜଣଙ୍କର ଜୀବନ ନେଇଛି ।

ଏହାବ୍ୟତୀତ ଗଞ୍ଜାମ, ମାଲକାନଗିରି, କେନ୍ଦୁଝର, ପୁରୀ, ଗଜପତି ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୨ ଶହ ୪୫କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୪୪% ।

Leave A Reply

Your email address will not be published.