Latest Odisha News

BREAKING NEWS

କରୋନାକୁ କାବୁ ପାଉଛି ଗଞ୍ଜାମ, ସୁସ୍ଥ ହେଲେଣି ୯୦% ଆକ୍ରାନ୍ତ

ଗଞ୍ଜାମ: ରାଜ୍ୟରେ କରୋନାର ସଂକ୍ରମିତ ଜିଲ୍ଲା ଗଞ୍ଜାମ । ୧୮ ହଜାର ୬୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଦ୍ରୁତଗତିରେ ବଢ଼ିଥିଲା ସଂକ୍ରମଣ । ସେହି ଅନୁପାତରେ ଆକ୍ରାନ୍ତ ସୁସ୍ଥ ବି ହୋଇଛନ୍ତି । ଏବେ ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁଛି ବେକାବୁ କରୋନା ।

ଗଞ୍ଜାମରେ ୯୦% ଆକ୍ରାନ୍ତ ସୁସ୍ଥ
ଗଞ୍ଜାମ ଜିଲ୍ଲାରେ ଏବେ ଅଧିକ ଲୋକ କୋଭିଡ୍ ହସ୍ପିଟାଲ ଯାଉ ନାହନ୍ତି । କିନ୍ତୁ ଡିସଚାର୍ଜ ହେଉଛନ୍ତି ଢ଼େର ଅଧିକ ଆକ୍ରାନ୍ତ । ଅର୍ଥାତ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ହାର ବଢ଼ି ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଆରୋଗ୍ୟ ଲାଭ କଲେଣି ୯୦ ପ୍ରତିଶତରୁ ଅଧିକ କରୋନା ଆକ୍ରାନ୍ତ । ଗଞ୍ଜାମରେ ସୁସ୍ଥଙ୍କ ସଂଖ୍ୟା ୧୬ ହଜାର ୩୩୨ । ଆକ୍ଟିଭ୍ କେସ୍ ରହିଛି ୧୫ ଶହ ୩୮ ।
ଖୋର୍ଦ୍ଧା ଓ କଟକରେ ଅଧିକ ଆକ୍ଟିଭ୍ କେସ

ସବୁଠୁ ବଡ଼ କଥା ହେଉଛି ଗଞ୍ଜାମ ଅପେକ୍ଷା ଖୋର୍ଦ୍ଧାରେ ୪ ଗୁଣା ଓ କଟକରେ ୩ ଗୁଣାରୁ ଅଧିକ କରୋନା ଆକ୍ଟିଭ କେସ୍ ରହିଛି । ଖୋର୍ଦ୍ଧାରେ ୬ ହଜାର ୭୯୦ଟି କରୋନା ସକ୍ରିୟ ମାମଲା ରହିଥିବା ବେଳେ କଟକରେ ଏହି ସଂଖ୍ୟା ୩ ହଜାର ୨୪୮ ।

Leave A Reply

Your email address will not be published.