Latest Odisha News

ଜାମ୍ମୁ-କାଶ୍ମୀରରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ‘ବିଏସଏଫ ଯବାନ’

ନୂଆଦିଲ୍ଲୀ: ଜାମ୍ମୁ- କାଶ୍ମୀରର ଦୋଦା ଜିଲ୍ଲାରେ ଜଣେ ବିଏସଏଫ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି ଚାଳନା କରି ଆତ୍ମହତ୍ୟା କରିଥିବା ଶୁକ୍ରବାର ଦିନ ସେନାଅଧିକାରୀ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମୃତ ଯବାନଙ୍କ ବୟସ ୨୮ ବର୍ଷ ହୋଇଥିବା ବେଳେ ସେ ଦୋଦାର ଡେପୁଟି କମିଶନରଙ୍କ ସୁରକ୍ଷାକର୍ମୀ ଭାବେ ନିଯୁକ୍ତଥିଲେ । ତେବେ ଗୁରୁବାର ବିଳମ୍ବିତ ରାତିରେ ଯବାନ ଜଣଙ୍କ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା କମିଶନର କହିଛନ୍ତି ।

ତୁରନ୍ତ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.