Latest Odisha News

BREAKING NEWS

ପାରାଦୀପ ବନ୍ଦରରେ ଯୁଦ୍ଧଜାହାଜ ଦେଖିବାକୁ ଲୋକଙ୍କ ଭିଡ଼

ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଛି ଭାରତୀୟ ନୌସେନାର ଦୁଇ ଯୁଦ୍ଧଜାହାଜ ଆଇ ଏନ୍ ଏସ୍ ରାଣା ଓ ଆଇ ଏନ୍ ଏସ୍ ଘଡିଆଳ। ଏହାକୁ ଦେଖିବାକୁ ଲୋକମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।

ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ପାରାଦ୍ବୀପ ରେ ରହିବାକୁ ଥିବା ଏହି ଜାହାଜକୁ ଦେଖିବାର ସୁଯୋଗ ପାଇଛନ୍ତି ସାଧାରଣ ଲୋକ ଓ ଛାତ୍ର ଛାତ୍ରୀ।

ଏଥିପାଇଁ ନୌସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପାରାଦ୍ବୀପ ସ୍ଥିତ ଜୟଦେବ ସଦନ ନିକଟରୁ ଲୋକମାନଙ୍କୁ ବସ ଯୋଗେ ବନ୍ଦର ମଧ୍ୟକୁ ନେଇ ଜାହାଜ ବୁଲାଇବା ପରେ ପୁଣି ଜୟଦେବ ସଦନ ନିକଟରେ ଛାଡିବାର ବ୍ୟବସ୍ଥା କରାଯାଇଥିବା ଜଣା ପଡିଛି।

ଶାନ୍ତି ଶୃଂଖଳାର ସହ କିପରି ଲୋକେ ଯୁଦ୍ଧ ଜାହାଜ ଦେଖିପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଜାହାଜ ମଧ୍ୟରେ ଥିବା ଯୁଦ୍ଧ ଉପକରଣ ଦେଖିବାକୁ ଲୋକଙ୍କ ଉତ୍ସାହ ରହିଥିବା ବେଳେ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ନୌସେନା ଦିବସ ପାଳନ ଅବସରରେ ନୌସେନାର କାର୍ଯ୍ୟ ଦକ୍ଷତା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ସେନା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ତେବେ ଏଭଳି କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ଜାହାଜକୁ ଦେଖିବାର ସୁଯୋଗ ପାଇ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.