Latest Odisha News

BREAKING NEWS

‘ମୋ କଲେଜ’ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ପ୍ରତି କଲେଜକୁ ୫୦ ହଜାର ଟଙ୍କା ଦେବାକୁ ନବୀନଙ୍କ ଘୋଷଣା 

ଭୁବନେଶ୍ୱର: ପ୍ରଥମେ ‘ମୋ ସ୍କୁଲ’ ପରେ ଏବେ ‘ମୋ କଲେଜ’ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଥିଲେ । ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରଖିଛନ୍ତି ।

‘ମୋ କଲେଜ’ ପୋର୍ଟାଲର ଶୁଭାରମ୍ଭ କରି ଏହାର ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ନେତୃତ୍ଵ ନେବାର ଦକ୍ଷତା ବୃଦ୍ଧି କରିବା ପୁରାତନ ଛାତ୍ରଛାତ୍ରୀଙ୍କୁ ପୁଣି ନିଜ କଲେଜ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଦ୍ୱାରା ଏକ ସୁସ୍ଥ ଶୈକ୍ଷିକ ବାତାବରଣ ସୃଷ୍ଟି ହେବାର ଆଶା କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ମୋ କଲେଜ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଆକାଶ ଦାସ ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5-T ସଚିବ ଭି.କେ ପାଣ୍ଡ୍ୟାନ ଉପସ୍ଥିତ ଥିଲେ । ‘ମୋ କଲେଜ’ ଆମ ଅତୀତ ସହିତ ଯୋଡ଼ିବ ବୋଲି  ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି ।

ଛାତ୍ରଛାତ୍ରୀମାନେ ଚାହିଁଲେ ନିଜ କଲେଜର ବିକାଶ ପାଇଁ ପାଣ୍ଠିଦାନ କରିପାରିବେ । ମୋ କଲେଜ ଅଭିଯାନ ଅନୁସାରେ ରାଜ୍ୟ ସରକାର ପ୍ରତି କଲେଜକୁ ୫୦ ହଜାର ଟଙ୍କା ଲେଖାଏଁ ଦେବେ ବୋଲି ଘୋଷଣା କରିଛନ୍ତି ।

Leave A Reply

Your email address will not be published.